ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା! ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ
ପୁରୀ,୧୬|୨: ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ | ଏନେଇ ବସିଛି ବୈଠକ | ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୧୧ ଟାରେ ଏହି ବୈଠକ ବସିଥିବାର ସୂଚନା | ପ୍ରଥମେ ଆଇନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ | ପରେ ମୁଖ୍ୟମନ୍ତ୍ରୀ ଏସ୍ଓପିର କରିବେ ସମୀକ୍ଷା। ରତ୍ନଭଣ୍ଡାରର ଗଣତି, ମଣତିଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ନୂଆ ନିୟମ ଆସିବ । କେବେ ଓ କେମିତି ରତ୍ନଭଣ୍ଡାର ପରିଚାଳନା ହେବ, ସେହି ନୀତିରେ ସବିଶେଷ ତଥ୍ୟ ରହିବ | ଏହି ଏସ୍ଓପିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏହି ବୈଠକରେ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହିଛନ୍ତି | ଆଇନ ମନ୍ତ୍ରୀଙ୍କ ସମୀକ୍ଷା ପରେ ଦିନ ୧ରେ ମୁଖ୍ୟମନ୍ତ୍ରୀ ଅଧକ୍ଷତାରେ ପୁଣି ଏକ ବୈଠକ ବସିବ। ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ନେଇ ଏହି ବୈଠକରେ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି |

