Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧.୫ କୋଟି ଜମା ପରେ ଦିଲ୍ଲୀ ହାଇକୋର୍ଟରୁ ରାଜପାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬|୨: ରାଜପାଲ ଯାଦବଙ୍କୁ ମିଳିଲା ଜାମିନ। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି | ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଯାହାର ସମୟ ଅପରାହ୍ନ ୩ଟା ଯାଏଁ ରହିଥିଲା । ତେବେ ଏହି ସମୟ ସୀମା ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି ରାଜପାଲ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନଙ୍କୁ ମଞ୍ଜୁର କରାଯିବ | ଯଦି ସେ ଏଥିରେ ବିଫଳ ହୁଅନ୍ତି, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ। ଅଭିନେତା ଏବେ ଡିମାଣ୍ଡ ଡ୍ରାଫ୍ଟ କରିଛନ୍ତି, ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଏବେ ମାର୍ଚ୍ଚ ୧୮ ତାରିଖକୁ ଘୁଞ୍ଚା ଯାଇଛି | ସୂଚନା ଯୋଗ୍ୟଯେ, ରାଜପାଲଙ୍କ ଏହି ଜାମିନ ଆବେଦନ ତାଙ୍କ ଭଣଜାଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ ହୋଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।

୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲା ଯୋଗୁଁ ରାଜପାଲ ଯାଦବ ଜେଲରେ ରହିଛନ୍ତି। ଅଭିନେତାଙ୍କୁ ୫ ତାରିଖରେ ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ଏହି ମାମଲାର ପ୍ରଥମେ ଶୁଣାଣି ଫେବୃଆରୀ ୧୨ ତାରିଖରେ ହୋଇଥିଲା। ଓକିଲଙ୍କ ଅନୁରୋଧରେ ଶୁଣାଣି ପୁଣିଥରେ ଫେବୃଆରୀ ୧୬କୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜି ଜାମିନ ଆବେଦନର ଶୁଣାଣି ହୋଇଥିଲା। ଓକିଲ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ