Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ!

ଭୁବନେଶ୍ଵର,୧୭|୨: ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ଫ୍ରେବୃଆରି ୧୭ରୁ ୨୪ ଯାଏଁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଲିବାକୁ ଥିବାବେଳେ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହେବ। ଏନେଇ ତିନି ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ କରି ଶାସକ ଦଳକୁ ଘାଇଲା କରିବେ | ଶାସକ ଦଳ ମଧ୍ୟ ବିରୋଧୀଙ୍କ ପ୍ରତିଟି ପ୍ରଶ୍ନର ଜବାବ ରଖିବା ପାଇଁ ଜୋରଦାର ପ୍ରସ୍ତୁତ ହେଉଛି |

ରାଜ୍ୟରେ ମଣ୍ଡିରେ ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗ,ବେରୋଜଗାରୀ, ୟୁଜିସିର ନୂଆ ନିୟମ, ମଣ୍ଡି ମିଲର୍ସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ | ତେବେ ସେସବୁ ପ୍ରସଙ୍ଗକୁ ଦୃଢ଼ତାର ସହ ସାମ୍ନା କରିବାକୁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ଏଥରର ଅଧିବେଶନ କିପରି ଶାନ୍ତିରେ କିମ୍ବା ସୁରୁଖୁରୁରେ ଚାଲିବ ତାହାକୁ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଏହି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସହିତ ଶାସକ ଦଳ ନିଜ ନିଜର ସହମତି ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ