ଭବାନୀଶଙ୍କର ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଜାଗର
ଭବାନୀପାଟଣା, ୧୭/୦୨ (ଜଗନ୍ନାଥ ନାଏକ) :
ଶିବ ସତ୍ୟ ଶିବ ସୁନ୍ଦର, ପବିତ୍ର ଶିବରାତ୍ରି ଉପଲକ୍ଷେ ସାରା ଦେଶ ଆଜି ଉତ୍ସବ ମୁଖର l ସମସ୍ତ ଶୈବlଳୟ ଚଳ ଚଞ୍ଚଳ, ମହାଦେବ ଙ୍କୁ ପୂଜା ଅର୍ଚ୍ଚନା କରି ଆଶିଷ ନେବାକୁ ଶ୍ରଦ୍ଧାଳୁ ଙ୍କ ମଧ୍ୟ ରେ ଅନେକ ଉତ୍କଣ୍ଠା l ଆଜିର ଦିନ ରେ ନିଷ୍ଠା ର ସହିତ ଭୋଳା ବାବା ଙ୍କୁ ପୂଜା କଲେ ଓ ଜାଗର ଜାଳିଲେ ନିଜର ମନସ୍କାମନା ପୁରା ହୁଏ ବୋଲି ଆଘରୁ ବିଶ୍ୱାସ ରହିଆସିଛି l ସେଥିପାଇଁ ପ୍ରତ୍ୟେକ ଶିବ ମନ୍ଦିର ରେ ଲୋକେ ମାନସିକ କରି ଜାଗର ଜାଳିଥାନ୍ତ ଓ ରାତିସାରା ଉଜାଗର ରହି ନିଜର ଜାଳିଥିବା ଦୀପ କୁ ଜଗିଥାନ୍ତି l ଭବାନୀପାଟଣା (ଭବାନୀଶଙ୍କର) ମନ୍ଦିର ରେ ମଧ୍ୟ ପ୍ରବଳ ଶ୍ରଦ୍ଧାଳୁ ଙ୍କର ଭିଡ ଦେଖିବାକୁ ମିଳିଛି l ଏହି ମହା ଶିବରାତ୍ରି ରେ ଭବାନୀଶଙ୍କର ମନ୍ଦିର ରେ ପ୍ରତ୍ୟେକ ବର୍ଷ ଭଜନ ସମାରୋହ ଏବଂ ଯଜ୍ଞ ମଧ୍ୟ ହୋଇଥାଏ l ତେଣୁ ଚାରିଆଡେ ଭକ୍ତିମୟ ପରିବେଶ ରେ ଭକ୍ତ ମାନେ ଆନନ୍ଦରେ ସାରା ରାତି ଜାଗର ରେ ବସିଥାନ୍ତି ଓ ନିଜର ମନସ୍କାମନା ପୂର୍ଣ୍ଣ କରିଥାନ୍ତି l ଏହି ମହା ଶିବରାତ୍ରି ଅବସର ରେ ମହାଦେବଙ୍କୁ ଆରାଧନା କରି ସମସ୍ତେ ଶିବ କୃପା ଲାଭ କରନ୍ତୁ l

