Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ; ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା

ଭୁବନେଶ୍ୱର,୧୮|୨: ଆଜି ବିଧାନସଭା ଅଧିବେଶନର ଦ୍ଵିତୀୟ ଦିନ | ଗୃହରେ ପ୍ରଶ୍ନ କାଳ ସମୟରେ ଆରମ୍ଭ ହୋଇଛି ହଟ୍ଟଗୋଳ | ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ବିଧାୟକମାନେ ଧାନମଣ୍ଡି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଥିଲେ । ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିବା ସହିତ ଓ ନାରାବାଜି କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଅଧିବେଶନ କୁ ପ୍ରଥମେ ୧୧ଟା ୩୦ମିନିଟ ଯାଏଁ ମୁଲତବୀ ରଖିଥିଲେ । କିନ୍ତୁ ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣିଥରେ ବିରୋଧୀ ସାଂସଦ ମାନେ ସମାନ ପ୍ରସଙ୍ଗ ଉଠାଇ ହୋହଲ୍ଲା ଆରମ୍ଭ କରିଥିଲେ ।

ଗୃହର ଅଧିବେଶନ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେବାରୁ ବାଚସ୍ପତି ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ