Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଭରେଷ୍ଟ ଉଚ୍ଚତାରେ ଉଡ଼ିବ ବିଶ୍ୱର ପ୍ରଥମ ହେଲିକପ୍ଟର!

ନୂଆଦିଲ୍ଲୀ,୧୮|୨: ଭାରତ ଏବଂ ଫ୍ରାନ୍ସ ର ମିଳିତ ପ୍ରୟାସରେ ଏଭରେଷ୍ଟ ବିଶିଷ୍ଟ ଉଚ୍ଚତା ରେ ଉଡ଼ିବ ବିଶ୍ୱର ପ୍ରଥମ ହେଲିକପ୍ଟର | ଭାରତ ଓ ଫ୍ରାନ୍ସ ସଂଯୁକ୍ତ ଭାବେ ବିଶ୍ୱର ପ୍ରଥମ ଏମିତି ହେଲିକପ୍ଟର ତିଆରି କରିବାକୁ ଯୋଜନା କରୁଛନ୍ତି ଯାହା Mount Everest ଉଚ୍ଚତାରେ ସଫଳତାର ସହ ଉଡ଼ିପାରିବ । ଏହି ଐତିହାସିକ ପଦକ୍ଷେପ ସମ୍ବନ୍ଧରେ ଭାରତର ପ୍ରଧାନମନ୍ତ୍ରୀ Narendra Modi ଓ ଫ୍ରାନ୍ସର ରାଷ୍ଟ୍ରପତି Emmanuel Macron ଘୋଷଣା କରିଛନ୍ତି । ଏହା ମୁମ୍ବାଇରେ ହୋଇଥିବା ମିଳିତ pressmeet ରେ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ଦୁଇ ଦେଶର ରକ୍ଷା, ବିମାନ ଓ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ସହଯୋଗକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି ।

ଏହି ହେଲିକପ୍ଟରଟିକୁ ୟୁରୋପିୟ ବିମାନ ନିର୍ମାଣ କମ୍ପାନୀ Airbus ଭାରତ ସହଯୋଗରେ ତିଆରି କରିବ । ଏହାର ଅନ୍ତିମ Assembly ଲାଇନ୍ Vemagal ରେ ସ୍ଥାପିତ ହୋଇଛି, ଯାହା Karnataka ରେ ଅବସ୍ଥିତ । ଉଚ୍ଚ ପାହାଡ଼ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍, ରକ୍ଷା କାର୍ଯ୍ୟ ଓ ଜରୁରୀ ସେବା ପାଇଁ ଏହି ହେଲିକପ୍ଟର ବିଶେଷ ଭୂମିକା ବହନ କରିବ। ଏହା “ମେକ୍-ଇନ୍-ଇଣ୍ଡିଆ” ଅଭିଯାନକୁ ନୂଆ ଦିଗ ଦେବା ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଏୟାରୋସ୍ପେସ୍ ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ କରାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ