ବିଧାନସଭା ଅଚଳ: ଗୃହ ୧୧ଟା ୩୦ ଯାଏଁ ମୁଲତବୀ
ଭୁବନେଶ୍ୱର,୧୯|୨: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ଆରମ୍ଭ ହୋଇଛି ହଟ୍ଟଗୋଳ। ଧାନମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ, ଚାଷୀ ମାରଣ ନୀତିକୁ ନେଇ ଗୃହ ମଧ୍ୟ ଭାଗକୁ ଆସି ପୋଷ୍ଟର ଧରି ବିରୋଧୀ ଦଳର ନେତା ମାନେ ନାରାବାଜି କରିଛନ୍ତି | ବାଚସ୍ପତି ବାରମ୍ବାର ବୁଝାଇବା ସତ୍ତ୍ୱେ ବୁଝିଲେନି ବିରୋଧୀ। ଅନ୍ୟପଟେ, ଶାସକ ଦଳର ପ୍ରତିଶୃତି ଦେଇଥିବା ମାଗଣା ବିଦ୍ୟୁତ ସେବା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛି କଂଗ୍ରେସ। ବଜେଟ୍ ଅଧିବେଶନର ତୃତୀୟ ଦିନରେ ମାତ୍ର ୫ ମିନିଟ୍ ଚାଲିବା ପରେ ବିରୋଧୀଙ୍କ ହଟ୍ଟଗୋଳଯୋଗୁଁ ବିଧାନସଭା ମୁଲତବି ରହିଛି । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି।

