Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ସମସ୍ୟାର ଖୁବ ଶୀଘ୍ର ସମାଧାନ! କେନ୍ଦ୍ର ସଡକ ପରିବହନଙ୍କ ବଡ ପଦକ୍ଷେପ; ୪ ଲେନ୍ ବିଶିଷ୍ଟ ରାସ୍ତା ୬ ଲେନ୍ ହେବ

ଭୁବନେଶ୍ୱର,୧୯|୨: ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ସମସ୍ୟା ଖୁବଶୀଘ୍ର ସମାଧାନ ହେବ | ଏନେଇ ବଡ ପଦକ୍ଷେପ ନେଇଛି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଏହି ରାସ୍ତାରେ ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଟ୍ରାଫିକ୍ ଜାମ ହେଉଥିଲା | ଖାସ କରି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବିରାଟ ସମସ୍ୟା ହେଉଥିଲା । ଏହି ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସଡକ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି | ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ଏନଏଚଏଆଇ ସୂଚନା ଦେଇଛି । ସୂଚନା ଅନୁସାରେ, ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବାକୁ ଯୋଜନା ରହିଛି |

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଯାନବାହନ ଚଳାଚଳ ଅଧିକ ସହଜ ଏବଂ ସୁଗମ ହେବ | ଏହାସହିତ ଟ୍ରାଫିକ୍ ଭିଡ ସମସ୍ୟା ମଧ୍ୟ କମିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଅଟକଳ କରାଯାଉଛି । ଦେଢ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ସମସ୍ୟାରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ