Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ!  ୫୦ରୁ ଅଧିକ ଦୋକାନ ଜଳି ପୋଡି ପାଉଁଶ

ଜଗତସିଂହପୁର,୨୨।୨: ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ  ୫୦ରୁ ଅଧିକ ଦୋକାନ ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଜଣା ପଡ଼ିନାହିଁ। ନିଆଁ ଲିଭାଇବା ପାଇଁ ୫ଟି ଦମକଳ ନିୟୋଜିତ ହୋଇଛି। ଗତ କାଲି ବିଳମ୍ବିତ ରାତିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୫୦ରୁ ଅଧିକ ପରିବା ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଟଙ୍କା ପଇସା,  ପନିପରିବା ସମେତ ଗୋଟିଏ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିବା ଜାରି ରଖିଛି। ସୁଚନାଯୋଗ୍ୟ, ଏହା ପାରାଦୀପ ବଣିକସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର ଅଟେ । ଆଖ ପାଖ ଅଞ୍ଚଳର ଲୋକ ସମସ୍ତେ ଏହି ଦୋକାନ ଗୁଡିକ ଉପରେ ନିର୍ଭର କରିଥାନ୍ତି। ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ମଶାଧୂପ କିମ୍ବା ସର୍ଟ ସର୍କିଟ ଯୋଗୁ  ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସମ୍ଭାବନା ସୃଷ୍ଟି ହେଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ପାରାଦୀପ ବନ୍ଦର ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିଲା। ବ୍ୟବସାୟୀମାନେ କେବଳ ବାଉଁଶ ଓ ଜରି ପାଲ ବ୍ୟବହାର କରି ଦୋକାନ ଦେଇ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଥିଲେ। ତେବେ ଏହା ପୂର୍ବରୁ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟି ଏକାଧିକ ଦୋକାନ ପୋଡ଼ି ଯାଇଥିଲା । ଯେଉଁଥିପାଇଁ  ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ପାଇଁ ବ୍ୟବସାୟୀ ମାନେ ବାରମ୍ବାର ଦାବି କରି ଆସୁଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ ନିର୍ମାଣ କରାଗଲା ନାହିଁ। ଯାହା ଫଳରେ ଆଜି ନିଆଁ ଲାଗି ୫୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ପରିବା ବ୍ୟବସାୟୀ ଓ ବଣିକସଂଘର କର୍ମକର୍ତ୍ତାମାନେ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଉଦ୍ୟମ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ