Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଏନ୍‌ୟୁରେ,ବାମପନ୍ଥୀ-ଏବିଭିପି ସମର୍ଥକ ମୁହାଁମୁହିଁ: ଅନେକ ଛାତ୍ର ଆହତ

ନୂଆଦିଲ୍ଲୀ,୨୩|୨ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଏବିଭିପି ଏବଂ ବାମପନ୍ଥୀ ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଯାହା ଫଳରେ କ୍ୟାମ୍ପସ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ଉଭୟ ଉଭୟଙ୍କ ଉପରକୁ ପଥର ଫିଙ୍ଗା ଫିଙ୍ଗି କରିଥିଲେ । ଏହି ତୁମୁଳ କାଣ୍ଡ ଘଟଣାରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଏବିଭିପି ବାମପନ୍ଥୀ ଦଳକୁ ଦାୟୀ କରିବା ସହିତ ଏହା ପୂର୍ବରୁ ଯୋଜନାବଦ୍ଧ ଥିଲା ବୋଲି ଅଭିଯୋଗ କରିଛି |

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ୟୁନିଅନ ପକ୍ଷରୁ ଭିସିଙ୍କ ଇସ୍ତଫା ଦାବି ଉଦ୍ଦେଶ୍ୟରେ ଏକ ମଶାଲ ଶୋଭାଯାତ୍ରା ବାହାର କରାଯାଇଥିଲା। ଆଉ ସେହି ସମୟରେ, ବାମପନ୍ଥୀ ଏବଂ ଏବିଭିପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖଦେଇଥିଲା | କିଛି ମିନିଟ୍ ମଧ୍ୟରେ ଏହି ସଂଘର୍ଷ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିଥିଲା ଯାହା ପରବର୍ତ୍ତୀ ସମୟରେ ପଥର ଫିଙ୍ଗା ଆଡକୁ ମୁହାଁଇ ଥିଲା । ଏହି ପଥର ଫିଙ୍ଗାରେ ଅନେକ ଛାତ୍ର ଆହତ ହୋଇଥିଲେ।

ଅନ୍ୟପଟେ, ଏହି ଘଟଣାକୁ ନେଇ ଏବିଭିପି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା | ଯେଉଁଥିରେ ଉଲ୍ଲେଖ ହୋଇଛିଯେ, କ୍ୟାମ୍ପସ୍‌ରେ ଶାନ୍ତିପୂର୍ଣ୍ଣ ଭାବରେ ପଢୁଥିବା ସାଧାରଣ ଛାତ୍ରମାନଙ୍କୁ ବାମପନ୍ଥୀ ଗୋଷ୍ଠୀ ଗୁଡ଼ିକ ଘେରି ଆକ୍ରମଣ ପ୍ରଥମେ ଆରମ୍ଭ କରିଥିଲେ। କିଛି ଛାତ୍ର ସୁରକ୍ଷା ପାଇଁ ହଷ୍ଟେଲ ରୁମ୍‌ରେ ବନ୍ଦ ହୋଇ ରହିଥିଲେ । ଏହା ଛାତ୍ର ରାଜନୀତି ନୁହେଁ, ବରଂ ଯୋଜନାବଦ୍ଧ ହିଂସା ବୋଲି ଏବିଭିପି କହିଛି । ଏଭଳି ଶିକ୍ଷାନୁଷ୍ଠାନର କ୍ୟାମ୍ପସ୍‌ ରେ ଏଭଳି ଉତ୍ତେଜନା ପୂର୍ଣ୍ଣ ଘଟଣା କଦାପି ଶୋଭନୀୟ ନୁହେଁ । ଆମେ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଛାତ୍ରମାନଙ୍କ ସୁରକ୍ଷା ପାଇଁ ଦାବି କରୁଛୁ।

ଜେଏନ୍‌ୟୁ ମିଡିଆ ସଂଯୋଜକ ଏବିଭିପିର ବିଜୟ ଜୟସୱାଲ କହିଛନ୍ତି, ସାତ ଦିନ ଧରି ପ୍ରତିବାଦ କରୁଥିବା ଏହି ବାମପନ୍ଥୀ ସଦସ୍ୟମାନେ ଆଜି ଏବିଭିପି କର୍ମୀ ସମେତ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ବାମପନ୍ଥୀ ସଦସ୍ୟମାନେ ଛାତ୍ରମାନଙ୍କୁ ଘେରାଉ କରି ରଖିଥିଲେ। ପ୍ରାୟ ୪୦୦-୫୦୦ ଜଣ ମବ୍ ଲିଞ୍ଚିଂ କରିଥିଲେ। ଦିଲ୍ଲୀ ପୁଲିସ ଏବଂ ଜେଏନ୍‌ୟୁ ସୁରକ୍ଷା କର୍ମୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନେ କୌଣସି କଠୋର ମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ। ଏହା ପୂର୍ବରୁ ଯୋଜନାବଦ୍ଧ ଥିଲା। ସେମାନେ ମୁହଁରେ ମୁଖା ପିନ୍ଧି ଥିଲେ । ଆମେ ଜେଏନ୍‌ୟୁ ପ୍ରଶାସନକୁ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ।

ବିଜୟ ଜୟସୱାଲ ଆହୁରି କହିଛନ୍ତିଯେ,”ଆମେ ଦିଲ୍ଲୀ ପୁଲିସକୁ ଅନେକ ଥର ଫୋନ୍ କରିଥିବା ସତ୍ତ୍ୱେ ସେମାନେ ଗୋଟିଏ ଘଣ୍ଟା ପରେ ପହଞ୍ଚିଥିଲେ। ୪୦୦-୫୦୦ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କେବଳ ଚାରି ଜଣ ପୁଲିସ ଉପସ୍ଥିତ ରହିଥିଲେ । ସଂଘର୍ଷ ସମ୍ପର୍କରେ ଜେଏନ୍‌ୟୁ ଷ୍ଟୁଡେଣ୍ଟ ୟୁନିଅନ ଯୁଗ୍ମ ସମ୍ପାଦକ ବୈଭବ ମୀନା କହିଛନ୍ତି, ଗତ ୭-୮ ଦିନ ଧରି ଏଠାରେ ବାମପନ୍ଥୀ ଧର୍ମଘଟ ଚାଲିଛି। ବାମପନ୍ଥୀ ସମର୍ଥକମାନେ ରାତିସାରା କ୍ୟାମ୍ପସ୍‌ରେ ଆତଙ୍କ ସୃଷ୍ଟି କରିଥିଲେ। ଏହି ଘଟାନରେ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ | ଆମେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛୁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ