Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜେଟ ଅଧିବେଶନର ଷଷ୍ଠ ଦିନରେ ବିରୋଧୀଙ୍କ ହଟ୍ଟଗୋଳ; ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର,୨୩|୨ : ଗତ ୧୭ରୁ ଆରମ୍ଭ ହୋଇଛି ବିଧାନ ସଭା ବଜେଟ ଅଧିବେଶନ | ଆଉ ଆଜି ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିବା ସହିତ ନାରାବାଜି ଦେଇଥିଲେ । ବିରୋଧୀ ଦଳ ବିଜେଡିର ନେତାମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର ଚାଲିବା ପରେ ଗୃହରେ ବାଧା ଉପୁଜିବାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁର୍ନବାର ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପୁଣିଥରେ ବିରୋଧୀମାନେ ସମାନ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିବା ଆରମ୍ଭ କରି ଦେଇଥିଲେ | ଏହାପରେ ପୁଣି ଥରେ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖାଯାଇଥିଲା । ଏବଂ ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ