Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ

ଭୁବନେଶ୍ୱର,୨୩|୨: ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବିଜେଡି ନେତା ଅନନ୍ତ ଦାସଙ୍କ ପୁରା ପରିବାର । ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବିଜେପିରେ ମିଶିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ଅଭିଜିତ୍ କହିଛନ୍ତି,”ମୁଁ ଓ ମୋ ପରିବାର ଖୁବ୍ ଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ସେ ଏହି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି । ସେ ଆହୁରି କହିଛନ୍ତିଯେ, ବିଜେଡି ସହିତ କିଛି ବର୍ଷ ହେବ ଆଉ ସମ୍ପର୍କ ନାହିଁ | ବିଜେପିରେ ସାମିଲ ହେବା କଥା ସେ ନିର୍ବାଚନ ସମୟରେ ଚିନ୍ତା କରିନଥିଲେ , କିନ୍ତୁ ବର୍ତ୍ତମାନ ବିଜେପିରେ ମିଶିବାକୁ ପୁରା ପରିବାରର ସମ୍ମତି ରହିଥିବା କଥା ଅଭିଜିତ କହିଛନ୍ତି ।

ଏନେଇ ଅଭିଜିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ବିଜେପିର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡିଛି । ତେବେ ଖୁବ୍ ଶୀଘ୍ର ସେ ବିଜେପିରେ ସାମିଲ ହେବେ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଙ୍ଗତ ନେତା ହେଉଛନ୍ତି ଅନନ୍ତ ଦାସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ