Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଗ୍ରାମ ରେ ଅବକାରୀ ଚଢ଼ାଉ,୨ ଅଭିଯୁକ୍ତ କୋର୍ଟ ଚାଲାଣ।

କଳାହାଣ୍ଡି,୨୩/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅବକାରୀ ପୋଲିସ ପକ୍ଷରୁ ସୋମବାର ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମ ର ଅଶୋକ କୁମାର ସାହୁ ଓ ଦୀନବନ୍ଧୁ ମାଝୀ ଙ୍କ ଘରେ ଚଢ଼ାଉ କରାଯିବା ସହ ବିଦେଶୀ ଦେଶୀ ମଦ ଜବତ କରାଯାଇଛି। ଅଶୋକ କୁମାର ସାହୁ ଙ୍କ ନିକଟରୁ ୯.୭୫୦ ଲିଟର ବିୟର ଓ ଦୀନବନ୍ଧୁ ମାଝୀ ଙ୍କ ଠାରୁ ୯.୬୦୦ ଲିଟର ଦେଶୀମଦ ଜବତ କରିବା ସହ ଉଭୟ ଙ୍କୁ ଗିରଫ କରି ଜେ ଏମ ଏଫ ସି କୋର୍ଟ କୋକସରା ରେ ହାଜିର କରିବା ସହ କୋର୍ଟ ଚାଲାଣ କରା ଯାଇଥିବା ନେଇ କୋକସରା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ଵର ପଟେଲ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଧର୍ମଗଡ ଉପଖଣ୍ଡ ଅବକାରୀ ଇନିସ୍ପେକ୍ଟର ଅରୁଣ କୁମାର ଯୋଶୀ, କୋକସରା ଅବକାରୀ ପୋଲିସ ର କନେଷ୍ଟବଳ ଖୁସିଦେଵ କଟା, ରବି ନାଗ, କର୍ଣ୍ଣ ବାଗ, ଭୁଜବଲ ପରାଭୋଇ ଓ ମହିଳା କର୍ମଚାରୀ ମାନେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ