ଲିଙ୍ଗିପୁର ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର,୨୪|୨: ଭୁବନେଶ୍ୱରର ଲିଙ୍ଗିପୁର ନକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଘଟିଛି, ଏକ ଭୟଙ୍କର ଅଗ୍ନିକାଣ୍ଡ | ଯେଉଁଥିରେ ଗତକାଲି ରାତି ପ୍ରାୟ ୧୦:୩୦ଟାରୁ ନିଆଁ ଲାଗି ହଜାର ଲକ୍ଷ ଟଙ୍କାର ପ୍ଲାଷ୍ଟିକ ଓ ଘରୋଇ ସାମଗ୍ରୀ ପୋଡ଼ି ଯାଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛି । ତଥାପି ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି | ତେବେ ବିଲ୍ଡିଂ ଭିତରକୁ ପ୍ରବେଶ କରିବା ପାଇଁ ‘ଏଡ଼ଭାନ୍ସ ରୋବୋଟିକ ମନିଟର’ ବ୍ୟବହାର କରାଯାଇଥିଲା, ତଥାପି ସେହି ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଭାବରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରି ନାହିଁ । ଅଗ୍ନିକାଣ୍ଡର ମୂଳ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେସର୍ଟ ସର୍କିଟ୍ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଅଗ୍ନିଶମ ବାହିନୀ ଏବେ ମଧ୍ୟ ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି, ତେବେ ହଜାର ହଜାର ଟଙ୍କାର ବସ୍ତୁ ଓ ପ୍ଲାଷ୍ଟିକ ସାମଗ୍ରୀ ଥିବା ଦ୍ୱାରା ନିଆଁ, ଅଧିକ ଭାବରେ ବଢିଚାଲିଛି । ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଅବସ୍ଥାର ଉନ୍ନତି ପାଇଁ ଏହି ଘଟଣାରେ କାର୍ଯ୍ୟରତ ଅଛନ୍ତି ।

