Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏୟାର ଆମ୍ବୁଲାନ୍ସ : ରୋଗୀ ସମେତ ୭ ମୃତ

ରାଞ୍ଚି,୨୪।୨: ଗତ କାଲି ଅର୍ଥାତ ସୋମବାର ସନ୍ଧ୍ୟାରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା | ଯେଉଁଥିରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ତେବେ ଏହି ବିମାନରେ ୪୧ ବର୍ଷୀୟ ରୋଗୀ ସଞ୍ଜୟ କୁମାରଙ୍କ ସମେତ ତାଙ୍କର ୨ ଆଟେଣ୍ଡାଣ୍ଟ, ଜଣେ ଡାକ୍ତର, ଜଣେ ଫାର୍ମାଶିଷ୍ଟ ଏବଂ ଦୁଇ ପାଇଲଟ୍‌ ରହିଥିଲେ | ସୂଚନା ଅନୁସାରେ, ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୨୩ ମିନିଟ୍‌ ପରେ ରାଡାର୍‌ରୁ ବିଛିନ୍ନ ହୋଇଯାଇଥିଲା |

କୌଣସି ସମସ୍ୟା କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଚତରା ଜିଲ୍ଲାରେ ଖସିପଡ଼ିଥିବାର ଜଣାପଡିଛି । ତେବେ ରାଜ୍ୟ ପ୍ରଶାସନର କେତେଜଣ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ବିମାନଟିକୁ ଠାବ କରିଥିଲେ। ଏହାପରେ ଦୁର୍ଘଟଣାସ୍ଥଳରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୪୧ ବର୍ଷୀୟ ରୋଗୀ ସଞ୍ଜୟ କୁମାର, ତାଙ୍କର ୨ ଆଟେଣ୍ଡାଣ୍ଟ ଅର୍ଚ୍ଚନା ଦେବୀ ଏବଂ ଧୁରୁ କୁମାର, ଡାକ୍ତର ବିକାଶ କୁମାର ଗୁପ୍ତା, ଫାର୍ମାଶିଷ୍ଟ ସଚିନ୍‌ କୁମାର ମିଶ୍ର ଏବଂ ୨ ପାଇଲଟ୍‌ ବିବେକ ବିକାଶ ଭଗତ୍‌ ଓ ସଭରାଜଦୀପ୍‌ ସିଂ ଆଦି ରହିଛନ୍ତି। ଏହି ବିମାନଟି ଦିଲ୍ଲୀସ୍ଥିତ ରେଡ୍‌ବାର୍ଡ ଏୟାରଓ୍ବେଜ୍‌ ନାମକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଦୁର୍ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣା ପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ