Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭା ଅଚଳ;

ଭୁବନେଶ୍ୱର,୨୪|୨: ଚଳିତ ମାସ ୧୭ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି | ଆଉ ବିଧାନସଭା ଅଧିବେଶନ ଆରମ୍ଭରୁହିଁ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଆରମ୍ଭ ହୋଇଛି | ତେବେ ଗତ କିଛି ଦିନ ଧରି ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଛି | ଧାନ ମଣ୍ଡି ସମସ୍ୟାକୁ ବାରମ୍ବାର ଉଠାଇ ବିରୋଧୀ ଗୃହରେ ହଟ୍ଟଗୋଳ କରୁଛନ୍ତି | ଯାହା ଫଳରେ ଆଜି ଦିନ ସାଢ଼େ ୧୨ଟା ୫ ଯାଏଁ ଗୃହ ମୁଲତବୀ ରଖିବାର ଘୋଷଣା କରିଥିଲେ ବାଚସ୍ପତି | ଅନ୍ୟପଟେ ବିରୋଧୀ ଦଳ ବିଜେଡି ପକ୍ଷରୁ ବଡ ଆନ୍ଦୋଳନ କରାଯିବ। ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଦଳ । ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ଶାସକ ଦଳକୁ ଘେରିବ ଦଳ। ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ଆନ୍ଦୋଳନ କରିବ ।

ସୂଚନା ଅନୁସାରେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ନେତୃତ୍ବରେ ଆଜି ଏହି ବିଶାଳ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସମୟରେ ବିଜେଡି କହିଛି, ଚାଷୀ ହକ୍ ମାଗିଲେ ଶାସକ ଦଳ ଗୁଣ୍ଡା ଲଗାଇ ପିଟୁଛନ୍ତି। ଯାହାର ସମ୍ନାସାମ୍ନି ପ୍ରତିବାଦ କରିବ ବିଜେଡି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ