Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସର ଏ ପର୍ଯ୍ୟନ୍ତ ଚଢ଼ାଉରେ ଏହା ସବୁଠାରୁ ବଡ ଚଢ଼ାଉ ! ଖଣି ଅଧିକାରୀଙ୍କ ଘରୁ ଜବତ ହୋଇଛି ୪କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର,୨୫|୨: ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ | କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି | ଜବତ କରିଛି ୪କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱରର ଥିବା ଫ୍ଲାଟରୁ ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଛି | ଏହା ଭିଜିଲାନ୍ସ ପକ୍ଷରୁ ଏ ପର୍ଯ୍ୟନ୍ତ ଯେତିକି ଚଢ଼ାଉ ହୋଇଛି ତାହା ମଧ୍ୟରେ ଏହି ଚଢ଼ାଉରେ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି ବୋଲି କୁହାଯାଉଛି । ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି । ଏହାସହିତ ପଟିଆରେ ଥିବା ତାଙ୍କ ଫ୍ଲାଟ, ଭଦ୍ରକର ମଠସାହିରେ ଥିବା ପୈତୃକ ଘର ଏବଂ କଟକରେ ଥିବା କାର୍ଯ୍ୟାଳୟରେ ଏକସଙ୍ଗେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା |

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚଢାଉ ସମୟରେ ପଟିଆରେ ଥିବା ଫ୍ଲାଟର ଆଲମିରାରୁ ଏକ ଟ୍ରଲି ବ୍ୟାଗ ଏବଂ ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଜବତ ହୋଇଥିବା ଟଙ୍କାର ସଠିକ୍‌ ପରିମାଣ ଜାଣିବା ପାଇଁ ଗଣନା ଜାରି ରହିଛି । ଏତଦବ୍ୟତୀତ ଦେବବ୍ରତଙ୍କ କାର୍ଯ୍ୟାଳୟରୁ ମଧ୍ୟ ୧.୨୦ଲକ୍ଷ ଟଙ୍କା ଜବତ କକରିଛି ଭିଜିଲାନ୍ସ | ଏହାସହିତ ଭୁବନେଶ୍ୱର ପାହାଳରେ ଏକ ବିଳାସପୂର୍ଣ୍ଣ ଦୁଇ ମହଲା କୋଠା ସମେତ ୧୩୦ଗ୍ରାମ ସୁନା ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ