ଟ୍ରେନ ଯାତ୍ରୀଙ୍କ ଠାରୁ ମିଳିଲା ବିଦେଶୀ ନୋଟ! ଘଟଣାରେ ପୋଲିସର ତଦନ୍ତ
ଡୁଙ୍ଗୁରିପାଲି,୨୫|୨: ଡୁଙ୍ଗୁରିପାଲି ରେଳ ଷ୍ଟେସନରେ ଚମକାଇଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ପୁରୀ–ଦୁର୍ଗ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବକ ଏକ ସନ୍ଦେହଜନକ ବ୍ୟାଗ ଛାଡ଼ି ଫେରାର ହୋଇଯାଇଥିଲେ । ଆର୍ପିଏଫ୍ ଓ ରେଳ କର୍ମଚାରୀମାନେ ବ୍ୟାଗଟିକୁ ଯାଞ୍ଚ କରିବା ପରେ ବ୍ୟାଗ ମଧ୍ୟରୁ ୧୯ଟି ବିଦେଶୀ ନୋଟ ଓ ମୋଟ ୨ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି ।
ଯୁବକ ଜଣକ କାହିଁକି ଏବଂ କୁଆଡେ ଏତେ ଟଙ୍କା ଓ ବିଦେଶୀ ମୁଦ୍ରା ନେଇ ଯାଉଥିଲେ, ସେଥିପାଇଁ ତଦନ୍ତ ଆରମ୍ଭ ହୋଇଛି । ରେଳ ସୁରକ୍ଷା ବାହିନୀ ଏହାକୁ ଗୁରୁତର ସହିତ ନେଇ ଅଧିକ ତଦନ୍ତ ଚଳାଇଛନ୍ତି | ଯୁବକଙ୍କ ପରିଚୟ ଓ ଟଙ୍କାର ଉତ୍ସ ସମ୍ପର୍କରେ ଖୋଜ ଚାଲିଥିବାବେଳେ, ଏହି ଘଟଣା ରେଳ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ।

