ସମାଜିକ ଗଣମାଧ୍ୟମ ରେ ଘୁଷୁରି ମରା ଭିଡିଓ ଭାଇରାଲ୍ ପରେ ବନ ବିଭାଗ ର ତଦନ୍ତ।
କଳାହାଣ୍ଡି,୨୫/୦୨
ସାମାଜିକ ଗଣମାଧ୍ୟମ ରେ ଘୁଷୁରି କୁ ଶିକାର କରି ନିଆଁ ରେ ପୋଡି ଖାଉଥିବା ନେଇ ସୋସିଆଲ ମିଡିଆ ରେ ଭିଡିଓ ଭାଇରାଲ୍ ଘଟଣା ପରେ ଏହି ଭାଇରାଲ ଭିଡ଼ିଓ କୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ତେଲିଗୁଡ଼ା ଗ୍ରାମ ରେ ରହୁଥିବା ମଧୁସୂଦନ ମାଝୀ ନାମକ।ଜଣେ ଯୁବକ ଭାଇରାଲ କରିଥିବା ନେଇ ଅଭିଯୋଗ ପରେ ବୁଧବାର ଆମପାଣି ଫରେଷ୍ଟର ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଏକ ଟିମ ତେଲିଗୁଡ଼ା ଗାଁ ରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଆମପାଣି ଫରେଷ୍ଟ ଅଧିନ ରେ ଥିବା ତେଲିଗୁଡା ଗ୍ରାମରେ ରହୁଥିବା ନବରଙ୍ଗପୁର ଅଞ୍ଚଳ ର ଯୁବକ ମଧୁସୂଦନ ମାଝୀ ହାଇଦ୍ରାବାଦ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ କିଛି ଦିନ ତଳେ ସେଠାରେ ଏକ ପୋଷା ଘୁଷୁରି କୁ ମାରି ନିଆଁ ରେ ପଡୁ ଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ପୋଷ୍ଟ କରିଥିଲେ |ଭିଡିଓ ଭାଇରାଲ୍ ହେବା ପରେ ଯୁବକ ର ପରିଚୟ ଓ ଠିକଣା ଆମପାଣି ଥାନା ତେଲିଗୁଡ଼ା ଅଞ୍ଚଳ ର ଜଣା ପଡିବା ପରେ ବୁଧବାର ଆମପାଣି ବନ ବିଭାଗ ପକ୍ଷରୁ ତେଲିଗୁଡା ଠାରେ ପହଞ୍ଚି ଯୁବକ ମଧୁସୂଦନ ମାଝୀ ଙ୍କୁ ପଚାର ଉଚରା କରିଥିଲେ |ତଦନ୍ତ ପରେ ଯୁବକ ଙ୍କୁ ତାଗିଦ କରି ଆଗକୁ ଏମିତି ପୋଷ୍ଟ ସୋସିଆଲ ମିଡିଆ ରେ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଦେଇ ଛାଡି ଦେଇଛନ୍ତି ବନ ବିଭାଗ।

