ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ! ଜାରି ହେଲା ବିଜ୍ଞପ୍ତି
ଭୁବନେଶ୍ୱର,୨୬|୨: ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବ। ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି | ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ | ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ |
ଏହା ସହିତ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୬ ତାରିଖରେ ଯାଞ୍ଚ ପ୍ରକ୍ରିୟା ହେବ । ।ସେହିପରି ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପ୍ରକ୍ରିୟା ଚାଲିବାକୁ ଥିବାବେଳେ , ଅପରାହ୍ଣରେ ହେବ ଭୋଟ୍ ଗଣତି ।
ଅନ୍ୟପଟେ, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କାହାକୁ ଚୟନ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି | ୩ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି | ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ଚୟନକୁ ସତର୍କତାର ସହିତ ଯୋଜନା ତିଆରି କରୁଛନ୍ତି |
ଗୋଟିଏ ପଟେ ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ଅନେକ ଆଲୋଚନା ଜୋର ଧରିଥିବା ବେଳେ, ଅନ୍ୟପଟେ ଦଳ ଭିତରେ ଚାଲିଛି ଛକାପଞ୍ଜା । ତେବେ ପାର୍ଟି ମୁଖିଆଙ୍କ ଶୁଭଦୃଷ୍ଟି କାହା ଉପରେ ପଡ଼ିବ ଏବଂ କିଏ ଆସନ ହାତେଇବ, ତାକୁ ନେଇ ପ୍ରସ୍ତୁତ ହେଉଛି ରଣନୀତି ।

