ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇଥିଲେ; ହେଲେ ଖାଇଲେ କଟୁରୀ ଚୋଟ
ଭୁବନ,୨୬|୨: ସୁଦଶା ବ୍ରତ ଅବସରରେ ପାଣି ଆଣିବାକୁ ଯାଇ ମହିଳା କଟୁରୀରେ ଚୋଟ ଖାଇଲେ | ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ଭୁବନ ବ୍ଲକ ଦିଘି ଗ୍ରାମ ପଞ୍ଚାୟତ ମୁଗୁପଦା ଗ୍ରାମରେ | ଉକ୍ତ ଗାଁର ଜୟଦେବ ନାୟକଙ୍କ ପତ୍ନୀ ପ୍ରତିମା ନାୟକ ଆଜି ସକାଳେ ସୁଦଶା ବ୍ରତ ପାଇଁ ଘର ପାଖରେ ଥିବା ପାଇପରୁ ପାଣି ଆଣୁଥିଲେ ଆଉ ସେହି ସମୟରେ ହଠାତ ଗ୍ରାମର ଜଣେ ଯୁବକ ପ୍ରତିମାକୁ ଏକ କଟୁରୀରେ ଆକ୍ରମଣ କରିଥିଲେ ।
ଅଭିଯୁକ୍ତ ଯୁବକ ଜଣଙ୍କ ପ୍ରଥମେ ବେକକୁ ଏବଂ ପରେ କାନ୍ଧ ଉପରେ କଟୁରିରେ ଆଘାତ କରିଥିବାରୁ ମହିଳା ଜଣକ ତଳେ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ମହିଳାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

