ଇରାନ୍ କୁ ନେଇ ଆମେରିକାକୁ ଚୀନ୍ର ସତର୍କବାଣୀ
ଓ୍ବାଶିଂଟନ୍,୨୬।୨: ଇରାନର ପକ୍ଷ ନେଇ ଆମେରିକାକୁ ଖୋଲାଖୋଲି ଧମକ ଦେଇଛି ଚାଇନା । ଚାଇନା ୱାଶିଂଟନକୁ ଧମକ ଦେଇଛି କି, ଯଦି ଆମେରିକା ତେହେରାନ ଆକ୍ରମଣ କରେ ତାର ପରିଣାମ ବହୁତ ଭୟଙ୍କର ହେବ! ଆମେରିକାକୁ ବିରଳ ଧାତୁର ରପ୍ତାନି ବନ୍ଦ କରିଦିଆଯିବ। ଯାହା ଚାଇନାରୁ ଆମେରିକାକୁ ପ୍ରଚୁର ପରିମାଣରେ ରପ୍ତାନି ହେଉଥିଲା | ତେବେ ଚାଇନା ଏହି ଧମକ ଏପରି ସମୟରେ ଦେଇଛି ଯେତେବେଳେ ଜେନେଭାରେ ଓମାନର ମଧ୍ୟସ୍ଥତାରେ ତେହେରାନ ଏବଂ ୱାଶିଂଟନ ମଧ୍ୟରେ ଏକ ବୈଠକ ସ୍ଥିର ହୋଇଛି।
ସୂଚନା ଯୋଗ୍ୟ, ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ ରାଡାର ସିଷ୍ଟମରେ ଦୁର୍ଲଭ ଧାତୁର ବ୍ୟବହାର କରାଯାଇ ଥାଏ । ଆମେରିକୀୟ ସେନାର ଏକ ରିପୋର୍ଟ ଅନୁସାରେ,କ୍ଷେପଣାସ୍ତ୍ର ମାର୍ଗଦର୍ଶନ ପ୍ରଣାଳୀ ଏବଂ ଯୁଦ୍ଧ ବିମାନ ଇଞ୍ଜିନରେ ଏହି ବିରଳ ଧାତୁର ବ୍ୟବହୃତ ହୋଇଥାଏ । ଆମେରିକାର ସବୁଠାରୁ ଘାତକ F-35 ରେ ସେଗୁଡ଼ିକୁ ବହୁଳ ଭାବରେ ବ୍ୟବହାର ହେଉଛି |
ତେବେ ଆମେରିକାର କ୍ଷେପଣାସ୍ତ୍ର ଯୁଦ୍ଧ ଅସ୍ତ୍ରରେ ବ୍ୟବହାର ହେଉଥିବା ଏହି ବିରଳ ଧାତୁର ୯୦ ପ୍ରତିଶତ ପର୍ଯ୍ୟନ୍ତ ଚାଇନାରୁ ଆସିଥାଏ | ତେଣୁ ଚାଇନା ପକ୍ଷରୁ ମିଳିଥିବା ଏହି ଧମକ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।
ସେପଟେ, ଚାଇନା ମଧ୍ୟ ଇରାନକୁ ଅସ୍ତ୍ରଶସ୍ତ୍ର ରପ୍ତାନି କରିବାକୁ ପ୍ରସ୍ତୁତ ହେଉଛି। ଇରାନ ଚାଇନାଠାରୁ ସୁପରସୋନିକ ଜାହାଜ ଆଣ୍ଟି-ସିପ ମିଶାଇଲ କିଣିବାକୁ ଚିନ୍ତା କରୁଛି | ଏହି ସୁପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକର ପରିସର ପ୍ରାୟ ୨୯୦ କିଲୋମିଟର ଏବଂ ଏହା ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ସହଜରେ ଧ୍ୱଂସ କରିପାରିବାରେ ସକ୍ଷମ ହେବ।
ତେବେ ସୂଚନା ଅନୁସାରେ, ଇରାନ ଚାଇନାକୁ ସର୍ବାଧିକ ତେଲ ବିକ୍ରି କରେ। ଚାଇନା ପ୍ରତିଦିନ ଇରାନରୁ ଅତି କମରେ ୧.୮ ନିୟୁତ ବ୍ୟାରେଲ ତେଲ କିଣିଥାଏ । ଇରାନର ପ୍ରାୟ ୮୦ ପ୍ରତିଶତ ତେଲ ଚାଇନାକୁ ରପ୍ତାନି ହୋଇଥାଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ,ଯଦି ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହା ସିଧାସଳଖ ହରମୁଜ ପ୍ରଣାଳୀ ଉପରେ ପ୍ରଭାବିତ କରିବ। କାରଣ ଚୀନ ର ସମସ୍ତ ବାଣିଜ୍ୟ ଏହି ମାର୍ଗ ଦେଇ ଦେଇ ହୋଇଥାଏ | ଏହି ହରମୁଜ ପ୍ରଣାଳୀ ଅବରୋଧ ହେବ ଦ୍ୱାରା ଚାଇନା ସବୁଠାରୁ ଅଧିକ ଆର୍ଥିକ କ୍ଷତି ସହିବ।

