Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲ୍ମ ରୋମାନ୍ସରୁ ରୀୟଲ ବାହାଘର! ବିବାହ ବନ୍ଧନରେ ବାନ୍ଧିହେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା

ତେଲଗୁ ଇଣ୍ଡଷ୍ଟ୍ରି ସିନେମା ଜଗତର ଚର୍ଚ୍ଚିତ ଜୋଡି ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା ଵିଵାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଫେବୃଆରି ୨୬ ତାରିଖରେ ଉଦୟପୁରର ଏକ ବିଳାସପୂର୍ଣ୍ଣ ରିସର୍ଟରେ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ପାଇଁ ଶପଥ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିବାହରେ ଉଭୟ ପରିବାରର ରୀତିନୀତିକୁ ସମାନ ସମ୍ମାନ ଦିଆଯାଇଛି। ବିଜୟଙ୍କ ସଂସ୍କୃତିକୁ ଧ୍ୟାନରେ ରଖି ତେଲୁଗୁ ରୀତି ଅନୁସାରେ ବିବାହ କରାଯାଇଥିଲା ବେଳେ ରଶ୍ମିକା ସନ୍ଧ୍ୟାରେ କୋଡାଭା ରୀତି ଅନୁଯାୟୀ ବିବାହ କରିଛନ୍ତି । ଦିନେ ବଡ଼ ପରଦାରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଫ୍ୟାନ୍ସ ମାନଙ୍କ ମନ ଜିତୁଥିଲେ । ଆଉ ଆଜି ଵିଵାହ ଫୋଟୋ ଭାଇରାଲ ହେବା ପରେ ଫ୍ୟାନ୍ସ ମାନେ ଶୁଭେଛାର ବର୍ଷା କରିଛନ୍ତି । ତେବେ ଏହି ବିବାହ ଫଟୋରେ ଦକ୍ଷିଣ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ସବୁବେଳେ ନିଜ ପ୍ରେମକୁ ନେଇ ଚର୍ଚ୍ଚାରେ ରହୁଥିବା ଯୋଡ଼ି ଏବେ ସାତ ଜନ୍ମ ପାଇଁ ସାଥୀ ହୋଇ ସାରିଛନ୍ତି । ଗତ କିଛିଦିନ ଧରି ଦିନ ଧରି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ସବୁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସାତ ଜନ୍ମ ପାଇଁ ଦୁହେଁ ବାନ୍ଧି ହୋଇଛନ୍ତି ସ୍ଵାମୀ-ସ୍ତ୍ରୀ ବନ୍ଧନରେ ।

ତେବେ ଚୁଲବୁଲି ନାୟିକା ରଶ୍ମିକା ଏବଂ ବିଜୟଙ୍କ ପ୍ରଥମ ଥର ୨୦୧୭ ମସିହାରେ “ଗୀତା ଗୋବିନ୍ଦମ୍” ସେଟରେ ସାକ୍ଷାତ ହୋଇଥଲା । ଦୁହିଁଙ୍କ ଭିତରେ ପ୍ରଥମେ। ବନ୍ଧୁତା ଏବଂ ସମୟ କ୍ରମେ ଦୁହିଁଙ୍କ ମଧ୍ୟରେ। ଧୀରେ ଧୀରେ ପ୍ରେମ ସଂପର୍କ ଗଢ଼ି ଉଠିଲା । ସିନେମାରେ ରୋମାନ୍ସରୁ ରିୟଲ ଜୀବନରେ ପ୍ରେମରେ ପଡ଼ିଗଲେ । ଶେଷରେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମ ପାଇଁ ସାଥୀ କରି ସାରିଛନ୍ତି। ଭାଇରଲ୍ ହେଇଥିବା ଵିଵାହ ଫୋଟୋରେ ଦୁହେଁ ବହୁତ ସୁନ୍ଦର ଦିଶୁଛନ୍ତି। ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ପୋଷାକ ପିନ୍ଧିଛନ୍ତି । ଧଳା ଏବଂ ନାଲି ରଙ୍ଗର ପୋଷାକରେ ରାଜା ଏବଂ ରାଣୀ ଭଳି ଦେଖାଯାଉଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories