ସ୍ୱଦେଶୀ ଲଢୁଆ ହେଲିକପ୍ଟରରେ କୋ ପାଇଲଟ୍ ଭାବେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!
ନୂଆଦିଲ୍ଲୀ,୨୭|୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଐତିହାସିକ ଉଡାଣ । ଆଜି ରାଷ୍ଟ୍ରପତି ରାଜସ୍ଥାନର ଜୈସଲମେର ଏୟାରଫୋର୍ସ ଷ୍ଟେସନ୍ ଅଭିମୁଖେ ଗସ୍ତ କରିବେ । ସେଠାରେ ସେ ସ୍ୱେଦେଶୀ ନିର୍ମିତ ହେଲିକପ୍ଟର ଏଲସିଏଚ୍ ପ୍ରଚଣ୍ଡରେ ଯାତ୍ରା କରିବେ। ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ସ୍ୱଦେଶୀ ଲଢୁଆ ହେଲିକପ୍ଟରରେ କୋ ପାଇଲଟ୍ ହୋଇ ଉଡାଣ ଭରିବେ ।
ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ପ୍ରଚଣ୍ଡ ହେଲିକପ୍ଟରକୁ ଭାରତରେ ନିର୍ମାଣ କରାଯାଇଛି । ଏହା ଏକ ପ୍ରକାରର ହାଲୁକା ଲଢୁଆ ହେଲିକପ୍ଟର । ଲଦାଖ, ସିୟାଚେନ୍ ଭଳି ଉଚ୍ଚ ପାହାଡ ଅଞ୍ଚଳକୁ ଧ୍ୟାନରେ ରଖି ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।
ଏହାର ଅନେକ ଗୁଡ଼ାଏ ବିଶେଷତ୍ୱ ରହିଛି | ଏହି ପ୍ରଚଣ୍ଡ ହେଲିକପ୍ଟର ଦୀର୍ଘ ୬୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ । ଏହାର ଓଜନ ହେଉଛି ସର୍ବମୋଟ ୫୮୦୦ କେଜି । ଘଣ୍ଟା ପ୍ରତି ୨୬୮କିଲୋମିଟର ବେଗରେ ଗତି କରି ପାରିବ | ଏହାସହିତ ଏଥିରେ ୨୦ ମିମିର ତୋପ, ୭୦ ମିମିର ରକେଟ୍ ଏବଂ ହେଲିନା ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ରହିଲା ଭଳି ବ୍ୟବସ୍ଥା ରହିଛି । ଏହାସହ ଏହି ଲଢୁଆ ହେଲିକପ୍ଟରରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ୍ ମଧ୍ୟ ରହିଛି । ଶତ୍ରୁର ରାଡାରରୁ ମଧ୍ୟ ନିଜକୁ ଲୁଚାଇ ରଖିପାରିଲା ଭଳି କ୍ଷମତା ରହିଛି ପ୍ରଚଣ୍ଡର |
ସୂଚନାଯୋଗ୍ୟ, ଲଢୁଆ ହେଲିକପ୍ଟର ପ୍ରଚଣ୍ଡକୁ ଭାରତୀୟ ସେନା ଏବଂ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାକୁ ପାକିସ୍ତାନ ଏବଂ ଚୀନ୍ ସୀମାରେ ମୁତୟନ କରାଯାଇଛି । ବଙ୍କରରେ ଲୁଚି ରହିଥିବା ଶତ୍ରୁ ପକ୍ଷଙ୍କୁ ଏହା ସହଜରେ ନିଶାନା ବନେଇପାରିବ |

