ବାପାଙ୍କ ଚିକିତ୍ସା ପାଇଁ ଜମି ବିକ୍ରି କରିବାକୁ ରାଜି ନ ହେବାରୁ ବାପାକୁ ଜିଅନ୍ତା ଜାଳିଦେଲା ପୁଅ!
ଲକ୍ଷ୍ନୌ,୨୬।୨: ଛୁଆ ଜନ୍ମ ହେଲା ପରେ ଧୀରେ ଧୀରେ ବାପାଙ୍କ ଆଙ୍ଗୁଠି ଧରି ଚାଲିବା ଶିଖିଥାଏ | ବାପାଙ୍କ ଅନୁଶାସନ ସଂସ୍କାର ପରମ୍ପରାର ଜ୍ଞାନ ଦେଇଥାନ୍ତି | ଏପରିକି ଆମ ହିନ୍ଦୁ ସଭ୍ୟତାରେ ପିତାଙ୍କୁ ସ୍ୱର୍ଗର ଆଖ୍ୟା ମଧ୍ୟ ଦିଆଯାଇଛି | ସାଧାରଣ ଗାଁ ଗହଳିରେ ମଧ୍ୟ ଏକ କଥା ରହିଛିଯେ ଯେଉଁ ପିଲାର ବାପା ଅଛି ସେ କେଉଁ ସଭାରେ ହାରିବନି | କେତେ ଆଶା ଭରଷାରେ ପିଲା ମାନଙ୍କ ସବୁ ଇଛା ପୁରାଣ କରି ବାପା ମା ବଡ କରିଥାନ୍ତି | କିନ୍ତୁ ସେ ସବୁ ଆଶା ଧୀରେ ଧୀରେ ସମୟକ୍ରମେ ଛୁଆର ଦୁର୍ଗୁଣ ଆଗରେ ଫିକା ପଡ଼ିଯାଏ | ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ | ଇଟାୱା ଜିଲ୍ଲାର ଜସୱନ୍ତନଗର ଅଞ୍ଚଳର ନିଲୋଇ ଗାଁରେ ଜଣେ ଏକମାତ୍ର ପୁଅ ତାଙ୍କ ବୃଦ୍ଧ ପିତାଙ୍କୁ ଜୀବନ୍ତ ଜାଳି ଦେଇଛି | ଏନେଇ ଅଭିଯୋଗ ହୋଇଛି । ବାପାଙ୍କୁ ଖାଇବାକୁ ଦେବା ପରେ ତାଙ୍କୁ ପୁଅ ବାଡ଼ିରେ ପିଟିବା ସହିତ ନିଆଁ ଲଗାଇ ଦେଇଥିଲା । କାଠ, ଏକ ଲୁଗା ଏବଂ ପୋଷାକ ଦ୍ୱାରା ତାଙ୍କୁ ଜୀବନ୍ତ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ସକାଳ ହେବା କ୍ଷଣି ସେ ବାପାଙ୍କୁ ଜାଳିଥିବା କାହାଣୀ ବିଷୟରେ ସମସ୍ତଙ୍କୁ କହିଥିଲେ ।
ତେବେ ଗତ ମାସ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ, ୭୮ ବର୍ଷୀୟ ମୁନ୍ନାଲାଲଙ୍କ ଜଳନ୍ତା ମୃତଦେହ ତାଙ୍କ ନଳକୂପ ଚାମ୍ବରରୁ ମିଳିଥିଲା। ହତ୍ୟାକାଣ୍ଡର ତଦନ୍ତରୁ ଜଣାପଡିଲାଯେ,ବୃଦ୍ଧ ପିତାଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ପରେ, ତାଙ୍କ ପୁଅ ତାଙ୍କୁ ଜାଳି ଦେଇଥିଲେ । ଆଉ ସକାଳେ ମୃତଦେହ ମିଳିଲା ବେଳକୁ ପ୍ରାୟ ୯୦ ପ୍ରତିଶତ ଶରୀର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।
ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ହତ୍ୟା ସମ୍ପର୍କରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା। ଖବର ପାଇ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ହତ୍ୟାର ଶିକାର ହୋଇଥିବା ଚାଷୀଙ୍କ ଏକମାତ୍ର ପୁଅ ଗଜରାଜ ସିଂହ ସୂଚନା ଦେଇଛନ୍ତି ଯେ, ସେ ରାତି ପ୍ରାୟ ୮ଟାରେ ତାଙ୍କ ବାପାଙ୍କୁ ଖାଇବାକୁ ଦେବାକୁ ଆସିଥିଲେ ଏବଂ ସକାଳେ ପାଇବା ପରେ ସେ ତାଙ୍କ ବାପାଙ୍କ ଜଳନ୍ତା ମୃତଦେହ ନଳକୂପ ପାଖରୁ ପାଇଥିଲେ।
ଏପରିକି ସେ ତାଙ୍କ ବାପାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ଅଜ୍ଞାତ ହତ୍ୟାକାରୀଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ତଦନ୍ତକାରୀଙ୍କ ଅନୁଯାୟୀ,ବୃଦ୍ଧ ଚାଷୀଙ୍କର ପ୍ରାୟ ୪୫ ଗୁଣ୍ଠ ଚାଷ ଜମି ଥିଲା। ତାଙ୍କ ଏକମାତ୍ର ପୁଅ ଗଜରାଜ ସିଂହ ବାପାଙ୍କୁ ବଞ୍ଚାଇବା ପାଇଁ ଏହି ଜମିର କିଛି ଭାଗ ବିକ୍ରି କରିବାକୁ କହୁଥିଲେ | ଏହି ନିଷ୍ପତ୍ତିରେ ବାପା ରାଜି ହୋଇ ନଥିଲେ | ଜମି ବିକ୍ରି କରିବାକୁ ମନା ମଧ୍ୟ କରିଦେଇଥିଲେ। ଏହା ପରେ ପୁଅ ଉତ୍ତ୍ୟକ୍ତ ହୋଇ ତାଙ୍କ ବାପାଙ୍କୁ କୋଠରୀ ଭିତରେ ଜୀବନ୍ତ ଜାଳି ଦେଇଥିଲେ।

