Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍‌ସିଇଆର୍‌ଟିର ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ!

ନୂଆଦିଲ୍ଲୀ,୨୭|୨:ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଦିଲ୍ଲୀର ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ଅଷ୍ଟମ ଶ୍ରେଣୀ ବହିର ଏକ ଅଧ୍ୟାୟକୁ ନେଇ ସୁପ୍ରିମ୍ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହି ବହିରେ ଥିବା “ନ୍ୟାୟ ପ୍ରଣାଳୀରେ ଅପରାଧ ଓ ଭୃଷ୍ଟାଚାର” ବିଷୟଟିକୁ ଗମ୍ଭୀର ଆଲୋଚନା ପରେ ବନ୍ଦ କରିଦେଇଛନ୍ତି ।

ଅଦାଲତ କହିଛନ୍ତି ଯେ, ଏନ୍‌ସିଇଆର୍‌ଟିର ଅଷ୍ଟମ ବହିରେ ନ୍ୟାୟାପାଳିକାର ଭୃଷ୍ଟାଚାର ଉପରେ ଲେଖାଯାଇଥିବା ଅନୁଛେଦ ଦେଶର ନ୍ୟାୟ ପ୍ରତି ଲୋକଙ୍କର ଥିବା ଆସ୍ଥା ଉପରେ ପ୍ରଭାବ ପକାଇବା ସହିତ ଗଭୀର ଭାବେ କ୍ଷତି ପହଞ୍ଚାଇବ। ଏହା ନ୍ୟାୟପାଳିକାର ଅଧିକାର ଓ ସମ୍ମାନକୁ କ୍ଷୁଣ୍ଣ କରିବା ପାଇଁ ଏକ ସୁଚିନ୍ତିତ ଷଡ୍‌ଯନ୍ତ୍ର। ଏହା ସହିତ ନ୍ୟାୟପାଳିକାର ଅଧିକାର ଓ ସମ୍ମାନକୁ କ୍ଷୁଣ୍ଣ କରିବା ପାଇଁ “ଗଭୀର ଯୋଜନାବଦ୍ଧ ଷଡଯନ୍ତ୍ର” ବୋଲି କୋର୍ଟ କହିଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତିଯେ, ସମ୍ପ୍ରତି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ଉଲ୍ଲେଖ ଥିବା ‘ନ୍ୟାୟିକ ଦୁର୍ନୀତି’ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ମନରେ ନ୍ୟାୟ ବ୍ୟବସ୍ଥା ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି ହେବ। ବହିର ମୁଦ୍ରିତ ଓ ଅନଲାଇନ୍ ପ୍ରଚାରକୁ ବନ୍ଦ କରି ଶିକ୍ଷାମନ୍ତ୍ରାଳୟ ଏବଂ ଏନ୍‌ସିଇଆର୍‌ଟି ଅଧିକାରୀଙ୍କୁ show-cause ନୋଟିସ୍ ଜାରି କରିଛନ୍ତି ।

କୋର୍ଟଙ୍କ ଏହି ରାୟ ପରେ ସରକାର ଏହି ମାମଲାକୁ ଗମ୍ଭୀରତାର ସହିତ ନେଇଛନ୍ତି । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାୟାଳୟକୁ ସମ୍ମାନ ଦେଇ କହିଛନ୍ତି ଯେ, “ଉତ୍ତରଦାୟୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।” ଏହି ବିବାଦରୁ ଜଣାପଡିଛି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଠ୍ୟକ୍ରମ ରେ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ବିଷୟବସ୍ତୁ ରହିବା ଅତ୍ୟନ୍ତ ଜରୁରୀ । ସରକାର ଏଥିପ୍ରତି ବିଶେଷଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories