Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଗର୍ଭାଶୟ କର୍କଟକୁ ନେଇ ଆଉ ଭୟ କରିବେନି ମହିଳା! ଆଜିଠୁ ଆରମ୍ଭ ଦେଶବ୍ୟାପୀ ସର୍ଭିକାଲ କ୍ୟାନ୍ସରର ଟିକାକରଣ ଅଭିଯାନ

ଭୁବନେଶ୍ୱର,୨୮|୨: ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଫ୍ରେବୃଆରି ୨୮ ଅର୍ଥାତ ଆଜିଠାରୁ ଦେଶବ୍ୟାପୀ ସର୍ଭିକାଲ କ୍ୟାନ୍ସରର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଚିନ୍ତା କରି ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର କିମ୍ବା ଜରାୟୁ କର୍କଟର ଟିକାକରଣ ଅଭିଯାନ ।

ସୂଚାନଯୋଗ୍ୟ, ୧୪ ବର୍ଷ ପର୍ଯ୍ୟନ୍ତ ବୟସ୍କ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ଦିଆଯିବ ତିନିଟି ଡୋଜ୍। ବିଭିନ୍ନ ସରକାରୀ ଏବଂ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ସମେତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକାକରଣ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଚାଲିବ । ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କା ହ୍ରାସ କରିବା ନେଇ ଏହି ଟୀକାକରଣର ମୂଳଲକ୍ଷ ଲକ୍ଷ୍ୟ ହୋଇଛି । ତେବେ ସର୍ଭିକାଲ କ୍ୟାନ୍ସର କିମ୍ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଅଟେ ।

ଭାରତରେ ମହିଳାମାନଙ୍କ ମଧ୍ୟରେ ଯେତିକି ପ୍ରକାରର କର୍କଟ ରୋଗ ରହିଛି | ତାହା ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ସର୍ଭିକାଲ କ୍ୟାନ୍ସର । ପ୍ରତିବର୍ଷ ଦେଶରେ ପ୍ରାୟ ୧ ଲକ୍ଷ ୨୩ ହଜାରରୁ ୧ ଲକ୍ଷ ୨୫ ହଜାର ନୂଆ ସର୍ଭିକାଲ କ୍ୟାନ୍ସର ରୋଗୀ ଚିହ୍ନଟ ହେଉଛନ୍ତି। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ଏବଂ ଏହି ସମସ୍ୟାକୁ ହ୍ରାସ କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ