Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାର୍ଚ୍ଚ ୧ରୁ ବଦଳିବ ଏହି ସବୁ ନିୟମ! ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ପ୍ରଭାବ

ଭୁବନେଶ୍ୱର,୨୮|୨: ବର୍ଷର ପ୍ରତି ମାସର ଆରମ୍ଭରେ କିଛି ନା କିଛି ନୂଆ ନିୟମ ଲାଗୁ କରିଥାନ୍ତି ସରକାର | ତେବେ ଆଜି ହେଉଛି ଫ୍ରେବୃଆରି ମାସର ଶେଷ ଦିନ | ଅର୍ଥାତ କାଲି ହେଉଛି ହେଉଛି ମାର୍ଚ୍ଚ ମାସର ଆରମ୍ଭ | ମାର୍ଚ୍ଚ ୧ରୁ ଦେଶରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ତେବେ ଏହି ପରିବର୍ତ୍ତନ କେବଳ ଆର୍ଥିକ ଦିଗକୁ ନୁହେଁ, ମୋବାଇଲ ବ୍ୟବହାର, ଡିଜିଟାଲ ପେମେଣ୍ଟ ଏବଂ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପକାଇବ |

ମେସେଜିଂ ଆପ୍‌ ସମ୍ପର୍କିତ ନିୟମରେ ଆସିପାରେ ବିରାଟ ପରିବର୍ତ୍ତନ। ତେବେ ନୂତନ ସିମ ବାଇଣ୍ଡିଂ ନିୟମ ଅନୁସାରେ, ହ୍ଵାଟ୍ସଆପ, ଟେଲିଗ୍ରାମ ଏବଂ ସିଗନାଲ ପରି ଆପ୍‌ଗୁଡ଼ିକ ସକ୍ରିୟ ସିମ କାର୍ଡ ସହିତ ସଂଯୁକ୍ତ ରହିବ । ଯଦି ଏହି ଆପ ଗୁଡିକ ସହିତ ସଂଯୁକ୍ତ ରହିଥିବା ସିମକୁ ବନ୍ଦ କିମ୍ବା ବଦଳି ଦିଆଯାଏ, ତେବେ ଏହି ସେବା ତୁରନ୍ତ ବନ୍ଦ ହୋଇପାରେ। ଡିଜିଟାଲ ଠକେଇକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ଏକ ବଡ଼ ପଦକ୍ଷେପ ନିଆଯାଇଛି |

ମାର୍ଚ୍ଚ ୧ରେ LPG ସିଲିଣ୍ଡରର ମୂଲ୍ୟ ପୁନଃନିର୍ଦ୍ଧାରଣ ହେବ। ଆନ୍ତର୍ଜାତୀୟ ଇନ୍ଧନ ମୂଲ୍ୟ ଏବଂ ଡଲାର ହାର ଆଧାରରେ ନୂତନ ଦର ଘୋଷଣା ହେବ।

ମାସର ଆରମ୍ଭରେ ବ୍ୟାଙ୍କି ନିୟମରେ ମଧ୍ୟ ହୋଇପାରେ ବଡ ପରିବର୍ତ୍ତନ | ସର୍ବନିମ୍ନ ବାଲାନ୍ସ ରଖିବାକୁ ନେଇ କିଛି ସରକାରୀ ବ୍ୟାଙ୍କ ନିୟମରେ ପରିବର୍ତ୍ତନ କରିପାରନ୍ତି। ଦୈନିକ ବାଲାନ୍ସ କୁ ପରିବର୍ତ୍ତନ କରି ମାସିକ ହାରାହାରି ବାଲାନ୍ସ (AMB) ଆଧାରରେ ଜରିମାନା ନିର୍ଦ୍ଧାରଣ ହେବ, ଯାହା କିଛି ମାତ୍ରାରେ ଗ୍ରାହକଙ୍କୁ କିଛି ଆଶ୍ଵସ୍ତି ଦେବ ବୋଲି ଆଶା ରହିଛି ।

ଏହାସହିତ ରେଳ ଯାତ୍ରୀଙ୍କ ଯାତ୍ରା ଉପରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିପାରେ। ସୂଚନା ଅନୁଯାୟୀ,ପୁରୁଣା UTS ଆପ୍‌କୁ ବନ୍ଦ କରାଯାଇ ‘RailOne’ ନାମକ ନୂତନ ଆପ୍‌ ଅଣାଯିବାର ସମ୍ଭାବନା ରହିଛି। ଏହି ଆପରେ ଟିକେଟ ବୁକିଂ ସମେତ ଅନ୍ୟାନ୍ୟ ସମସ୍ତ ସେବା ଉପଲବ୍ଧ ହେବ।

ସାଇବର ଅପରାଧୀ କାର୍ଯ୍ୟକାଳପକୁ ନେଇ ଡିଜିଟାଲ ପେମେଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ | ବଡ଼ ଧରଣର ଅର୍ଥ ଟ୍ରାଞ୍ଜାକ୍ସନ ପାଇଁ ଅତିରିକ୍ତ ଭେରିଫିକେସନ୍‌, ଯଥା ବାୟୋମେଟ୍ରିକ କିମ୍ବା ଅନ୍ୟ ପ୍ରମାଣୀକରଣ ଆବଶ୍ୟକ ପଡିପାରେ।

ତେବେ ଭଡ଼ା ଚୁକ୍ତି ନିୟମରେ ମଧ୍ୟ ଆସିପାରେ ପରିବର୍ତ୍ତନ । ଡିଜିଟାଲ ରେଜିଷ୍ଟ୍ରେସନ୍‌ ହେବ ବାଧ୍ୟତାମୂଳକ ହେବ | ଏହାସହିତ ସିକ୍ୟୁରିଟି ଡିପୋଜିଟକୁ ଦୁଇ ମାସର ଭଡ଼ା ଦେବାକୁ ପଡିବ।

ଏଠାପାଇଁ ଉପଭୋକ୍ତାମାନଙ୍କୁ ସିମକୁ ଚାଲୁ ରଖିବା, KYC ଅପଡେଟ କରିବା, ବ୍ୟାଙ୍କ ବାଲାନ୍ସ ଧ୍ୟାନ ରଖିବା ଓ ନୂତନ ଆପ୍‌ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ