Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ପାଇଁ ଯାଇଥିଲେ ଇରାନ… ଏବେ ଘାରିଛି ଯୁଦ୍ଧର ଭୟ!

ନୂଆଦିଲ୍ଲୀ, 2|3: ଇସ୍ରାଏଲ ଏବଂ ଆମେରିକାର ମିଳିତ ସହଯୋଗରେ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଛି | ଏବଂ ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁ ହୋଇଛି | ଏହି ଘଟଣାକୁ ବିରୋଧ କରି ପ୍ରତିବାଦ ଆରମ୍ଭ ହୋଇଛି | କିନ୍ତୁ ଏହି ଯୁଦ୍ଧ ପରିପ୍ରେକ୍ଷୀରେ ହଜାର ହଜାର ଭାରତୀୟ ଛାତ୍ର ଛାତ୍ରୀ ସେଠାରେ ଫସି ରହିଛନ୍ତି | ତେବେ କଥା ଉଠୁଛି ଏତେ ସଂଖ୍ୟାରେ ଛାତ୍ର ଛାତ୍ରୀ ସେଠାରେ କାହାଣୀକି ଫସି ରହିଛନ୍ତି | ଏଠାରେ କଣ ଶିକ୍ଷା ବ୍ୟବସ୍ଥାରେ ସେ ସୁବିଧା ନାହିଁ ଯେଉଁଥିପାଇଁ ଛାତ୍ର ଛାତ୍ରୀ ଭାରତ ଛାଡ଼ ବିଦେଶମୁହାଁ ହେଉଛନ୍ତି | ତେବେ କଣ ହୋଇପାରେ ଏହାର କାରଣ? ଏହା ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ? ତେବେ ଅନେକ ଭାରତୀୟ ଛାତ୍ର, ବିଶେଷକରି ଜମ୍ମୁ କାଶ୍ମୀରରୁ, ପିଲାମାନେ ସସ୍ତା ମେଡିକାଲ୍ ଫି ଏବଂ ଧାର୍ମିକ ଶିକ୍ଷା ପାଇଁ ଇରାନକୁ ବାଛୁଛନ୍ତି । ଭାରତର ପ୍ରାଇଭେଟ୍ ମେଡିକାଲ୍ କଲେଜ୍‌ଗୁଡିକରେ ଫିସ୍ ଅତ୍ୟଧିକ ଥିବାବେଳେ ଇରାନର ଅନେକ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ରହଣିଖର୍ଚ୍ଚ କମ୍ ରହିଛି । NEET ଯୋଗ୍ୟତା ଥିଲେ ମଧ୍ୟ ଭାରତରେ ସୀଟ୍ ଅଭାବ ଥିବାରୁ ଛାତ୍ରଛାତ୍ରୀମାନେ ବିଦେଶ ବିକଳ୍ପ ଦେଖୁଛନ୍ତି । ଇତିହାସ ଓ ସାଂସ୍କୃତିକ ସମ୍ପର୍କ, ବିଶେଷକରି ଧାର୍ମିକ ଶିକ୍ଷା ପାଇଁ, କିଛି ଛାତ୍ରଙ୍କୁ ଇରାନ ଆକର୍ଷଣ କରୁଛି ।

କିନ୍ତୁ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଚାଲୁଥିବା ରାଜନୈତିକ ଅସ୍ଥିରତା ଓ ସୁରକ୍ଷା ସମସ୍ୟା ଛାତ୍ରମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଭାରତ ସରକାର ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଅନେକ ଛାତ୍ର ପରୀକ୍ଷା ଓ ପଢା ମଧ୍ୟରେ ଅଟକି ରହିଛନ୍ତି । ଏହି ପରିସ୍ଥିତିରେ ବିପକ୍ଷ ଦଳଗୁଡିକ ଭାରତର ଉଚ୍ଚ ଶିକ୍ଷା ପ୍ରଣାଳୀ ଓ ମେଡିକାଲ୍ ସୀଟ୍ ଅଭାବକୁ ପ୍ରଶ୍ନ କରୁଛନ୍ତି, କହୁଛନ୍ତି ଯଦି ଦେଶରେ ପର୍ଯ୍ୟାପ୍ତ ସୁଯୋଗ ଥାନ୍ତା ହେଲେ ଛାତ୍ରଛାତ୍ରୀମାନଙ୍କୁ ବିଦେଶକୁ ଯିବାକୁ ପଡ଼ିନଥାନ୍ତା । ଅନ୍ୟପଟେ ସରକାର କହୁଛନ୍ତିଯେ, ମେଡିକାଲ୍ କଲେଜ୍ ଓ ସୀଟ୍ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ସମଗ୍ର ଘଟଣା ଏବେ ଶିକ୍ଷା, ସୁରକ୍ଷା ଓ ରାଜନୀତିର ଏକ ମୁଖ୍ୟ ଆଲୋଚନାର ବିଷୟ ହୋଇଉଠିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ