ଭାଣିଜୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ ମାମୁଁ! କାହାକୁ କହିଲେ ଜୀବନରୁ ମାରିଦେବାକୁ ଦେଲେ ଧମକ
ନୀଳଗିରି, ୨|୩: ଭାଣେଜୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସମ୍ପର୍କୀୟ ମାମୁଁ ଗିରଫ ହୋଇଛି ! ମାନସିକ ରୋଗରେ ପୀଡିତ ଥିବା ଭାଣିଜୀକୁ ଦୁଷ୍କର୍ମ କରି ସମ୍ପର୍କୀୟ ମାମୁଁଙ୍କୁ ଗିରଫ କରିଛି ପୋଲିସ | ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତର ଏକ ଆଦିବାସୀ ସାହିରେ | ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରକୁ ଚନ୍ଦ୍ରପୁର ଗାଁର ୩୫ ବର୍ଷୀୟ ସମ୍ପର୍କୀୟ ମାମୁଁ ମୁନା ଓରଫ ମହେନ୍ଦ୍ର ସିଂ ଗତକାଲି ଅପରାହ୍ନ ୩ଟା ସମୟରେ ଯାଇଥିଲେ। ଯୁବତୀ ଜଣକ ଉପର ତାଲାକୁ ସିଡିରେ ଚଢ଼ୁଥିବା ସମୟରେ ଘରେ କେହି ନଥିବା ସୁଯୋଗ ପାଇ ସମ୍ପର୍କୀୟ ମାମୁଁ ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲା।
ଦୁଷ୍କର୍ମ କରିବା ପରେ ଏହି କଥା କାହାରି ଆଗରେ ପ୍ରକାଶ ନ କରିବା ପାଇଁ ଧମକ ମଧ୍ୟ ଦେଇଥିଲା | ଏପରିକି କାହାକୁ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା |ପରେ ପୀଡ଼ିତା କନ୍ୟା ଜଣକ ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ଏ ନେଇ ଗତ ରବିବାର ପୀଡିତାର ବାପା ବରହମପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି | ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବାବେଳେ ଗତକାଲି ରାତିରେ କୋର୍ଟଚାଲାଣ କରିଛି ପୋଲିସ ।

