Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ମେ’ରେ ମାଟ୍ରିକ ରେଜଲ୍ଟ,!

ଭୁବନେଶ୍ବର,୨।୩: ଆସନ୍ତା ମେ’ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ! ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ପରୀକ୍ଷାର ଫଳାଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ୫୫ଟି କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ।

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବାନୁଯାୟୀ , OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ ଆରମ୍ଭ ହେବ ସବଜେକ୍‌ଟିଭ୍ ଖାତା ଦେଖା । ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା । ଏଥିପାଇଁ ମୋଟ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଏହାସହିତ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଥିଲା। ଗୋଟିଏ ସିଟିଂରେ ହୋଇଥିଲା ପରୀକ୍ଷା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ