ରହିଛି କ୍ରସ ଭୋଟିଂର ଭୟ; ଏନେଇ ହୁଇପ ଜାରି କରିବେ ବିଜେଡି ସଭାପତି
ଭୁବନେଶ୍ୱର, ୨|୩: ମାର୍ଚ୍ଚ ୫ରେ ବିଜେଡି ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ ପତ୍ର | ଏନେଇ ଜାରି ହେବ ହୁଇପ | ଦଳର ସଭାପତି ନବୀନ ପଟ୍ଟନାୟକ ଜାରି କରିବେ ହୁଇପ | ଦଳର ବିଧାୟକ ପ୍ରଦୀପ ଦିଶାରୀ ଏ ବାବଦରେ ସୂଚନା ଦେଇଛନ୍ତି | ସେ କହିଛନ୍ତିଯେ, ବିଜେଡି ପକ୍ଷରୁ ଦିଆଯାଇଥିବା ତୃତୀୟ ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ଵନ୍ଦ ନାହିଁ | ଦ୍ଵନ୍ଦ ଅଛି ଚତୁର୍ଥ କ୍ୟାଣ୍ଡିଡେଟକୁ ନେଇ | କ୍ରସ ଭୋଟିଂ ଯେମିତି ନ ହୁଏ ସେନେଇ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି | ସମସ୍ତ ବିଧାୟକ ଉପସ୍ଥିତିରେ କରାଯିବ ଆଲୋଚନା | କାହାକୁ ଦିଆଯିବ କେଉଁ ଦାୟିତ୍ୱ ତାହା ଦଳ ନିର୍ଧାରିତ କରିବ | ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେଡି ପ୍ରାର୍ଥୀକୁ ସମର୍ଥନ ଦେଇଛି ତେଣୁ କଂଗ୍ରେସ ପକ୍ଷରୁ ମଧ୍ୟ ହୁଇପ ଜାରି ହେବ |

