Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅମୀର ଖାନ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ। ତେବେ ତାଙ୍କର କୌଣସି ଅପକମିଙ୍ଗ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ନାହାନ୍ତି ବରଂ ନିଜ ବ୍ୟକ୍ତିଗତ ଜୀବନକୁ ସେ ପୁଣି ଥରେ ଚର୍ଚ୍ଚା ପରିସରଭୁକ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ ତୃତୀୟ ଥର ପାଇଁ ବିବାହ କରିପାରନ୍ତି ଅମୀର। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଫିଲ୍ମ ଦଙ୍ଗଲରେ ଝିଅ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

କିଛି ଦିନ ଧରି ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଉଭୟ ପରସ୍ପରଙ୍କୁ ଡେଟିଂ କରୁଥିବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଏବେ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ବଲିଉଡ ଆକ୍ଟର କେଆରକେ । ସେ କହିଛନ୍ତି, ଅମୀର ଖାନ ଫତିମା ସନାଙ୍କୁ ବିବାହ କରିବେ । ଯଦି ଏହା ସତ ହୁଏ ତେବେ ଏହା ହେବ ଅମୀରଙ୍କ ତୃତୀୟ ବିବାହ ।

ନିକଟରେ ଅମୀର ଏବଂ ଫାତିମାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏଥିରେ ଉଭୟରେ ପିକଲବଲ ଗେମ ଖେଳୁଥିବା ନଜର ଆସିଥିଲା । ତେବେ ଏହାକୁ ଇେ ଏପର୍ଯ୍ୟନ୍ତ ଅମୀର କିମ୍ବା ଫାତିମାଙ୍କ ତରଫରୁ କୌଣସି ସୂଚା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ