Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇକୋ ଭ୍ୟାନ୍-ବସ୍ ଧକ୍କା: ଘଟଣାରେ ୬ ମୃତ-୯ ଆହତ

ଉତ୍ତର ପ୍ରଦେଶ,୩।୨: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ନିକଟ ଯମୁନା ଏକ୍ସପ୍ରେସୱେରେ ଯାଇଛି ଏକାଧିକଙ୍କ ଜୀବନ । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହେବା ସହିତ ୯ ଜଣ ଆହତ ହୋଇଛନ୍ତି। ଏକ ଡବଲ-ଡେକର ବସ୍ ଓ ଇକୋ କାର ମଧ୍ୟରେ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ କାର ପଛ ପଟରୁ ଦ୍ରୁତ ବେଗରେ ଆସି ବସ୍‌କୁ ପଛରୁ ଧକ୍କା ଦେଇଥିଲା। ତେବେ ଧକ୍କା ଏତେ ଜୋରରେ ଥିଲା ଯେ, କାରଟି ପୁରା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଯାହା ଫଳରେ ଉକ୍ତ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଆଗ୍ରାକୁ ପଠା ଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଧକ୍କା ଦେଇଥିବା ଉକ୍ତ ଇକୋ କାରଟି ଦ୍ରୁତ ବେଗରେ ଯାଉଥିଲା । ଡ୍ରାଇଭରଙ୍କ ଅସାବଧାନତା ହେତୁ ଆଗରେ ଥିବା ବସ୍‌କୁ ଲକ୍ଷ୍ୟ କରିପାରି  ପାରି ନ ଥିଲେ  ଯାହାଫଳରେ ଏହି ଧକ୍କା ହୋଇଥିଲା। ତେବେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ  ଟ୍ରାଫିକ୍ ସମସ୍ୟା ଉପୁଜି ଥିଲା। କିନ୍ତୁ ପୁଲିସର ସହଯୋଗରେ ଏହା ସ୍ବାଭାବିକ ହୋଇଥଲା। ପୁଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହିତ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ତେବେ ପ୍ରାଥମିକ ତଦନ୍ତରୁ ଦ୍ରୁତ ଗତି ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରିଛି ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ