ତୃତୀୟ ଆସନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ବିଜେଡି ସୁପ୍ରିମୋଙ୍କ ସମେତ କଂଗ୍ରେସ ସଭାପତି ଏବଂ ଅନ୍ୟମାନେ ଉପସ୍ଥିତ
ଭୁବନେଶ୍ୱର,୫ା୩: ରାଜ୍ୟ ସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ସେ ୩ ସେଟ୍ର ନାମାଙ୍କନ ଦାଖଲ କରିଛନ୍ତି।
ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ଏହାସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ , କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି |
ସୂଚନାଯୋଗ୍ୟ, ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ.ଦତ୍ତେଶ୍ୱର ହୋତା କମନ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି। ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି।ଆସନ୍ତା ୧୬ରେ ନିର୍ବଚନ ହେବାକୁ ଥିବା ବେଳେ ଚତୁର୍ଥ ଆସନକୁ ନେଇ ହେବ ରୋଚକ ପୂର୍ଣ୍ଣ ଲଢେଇ।

