Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତୀଶଙ୍କ ପରେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?

ପାଟନା,୫।୩: ବିହାର ରାଜନୀତିରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ରାଜ୍ୟ ସଭା ସଦସ୍ୟ ହେବାକୁ ଆଶାୟୀ ରହିଛନ୍ତି | ଏବେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ବିଜେପିରୁ ମିଳିପାରେ ବୋଲି ସମ୍ଭାବନା ସୃଷ୍ଟି ହେଉଛି ! ମିଳିଥିବା ସୂଚନା ଅନୁସାରେ, ନୀତୀଶ କୁମାର ଖୁବ ଶୀଘ୍ର ଦିଲ୍ଲୀରେ ତାଙ୍କର ନାମାଙ୍କନ ଦାଖଲ କରିପାରନ୍ତି | ଯାହା ପରେ ବିହାର ଶାସନର କ୍ଷମତା ବିଜେପି ହାତକୁ ଆସିପାରେ |

ଅପରପକ୍ଷରେ, ରାଜନୈତିକ ମହଲରେ ଆଲୋଚନା ହେଊଛିଯେ ,ନୀତୀଶ କୁମାର ଏବେ ସକ୍ରିୟ ବିହାର ରାଜନୀତିରୁ ଓହରି ଯିବାକୁ ଚାହୁଁଛନ୍ତି। ୧୦ ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ, ନୀତୀଶଙ୍କ ସ୍ବାସ୍ଥ୍ୟ ଏବଂ ନିରନ୍ତର ପରିବର୍ତ୍ତନଶୀଳ ମେଣ୍ଟ ପକ୍ଷରୁ ଥକ୍କାପଣକୁ କାରଣ ଭାବରେ ଦର୍ଶାଯାଉଛି। ଏହା ବ୍ୟତୀତ, ଭାଜପାର ବର୍ଦ୍ଧିତ ଶକ୍ତିକୁ ଦୃଷ୍ଟିରେ ରଖି ସେ ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଲୋଚନା ମଧ୍ୟ ହେଉଛି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ହାଇକମାଣ୍ଡଙ୍କ ସହିତ ଏହା ଉପରେ ସହମତ ହୋଇଛି।

ତେବେ ନୀତୀଶ କୁମାରଙ୍କ ଇସ୍ତଫା ପରେ ପ୍ରଥମ ଥର ପାଇଁ ବିହାରରେ ଜଣେ BJP ନେତା ମୁଖ୍ୟମନ୍ତ୍ରୀ ପଦବୀ ରେ ବସିବେ!ଏହା ବିହାର ରାଜନୀତିରେ ଏକ ବଡ ପରିବର୍ତ୍ତନ ହେବ। ଗତ କିଛି ବର୍ଷ ଧରି ବିଜେପି ବିହାରରେ ନିଜର ଅସ୍ତିତ୍ଵକୁ ମଜବୁତ କରିଆସୁଛି, ଏବଂ ଏଥର ନିଜର ମନପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାର ସୁଯୋଗ ମିଳିପାରେ।

ଏହାମଧ୍ୟରେ ସମ୍ରାଟ ଚୌଧୁରୀଙ୍କ ନାମ ସବୁଠାରୁ ଯୋଗ୍ୟ ଦାବିଦାର ଭାବରେ ଆଗରେ ରହିଛି। ସେ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଏବଂ କୁଶୱାହା ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବରେ ବେଶ ପରିଚିତ ଅଟନ୍ତି । ସାଂଗଠନିକ ଦୃଷ୍ଟିରୁ ଶକ୍ତିଶାଳୀ ବିଜୟ ସିହ୍ନା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟଯେ, କିଛି ଆଲୋଚନାରେ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା | ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ଆଲୋଚନା ହେଉଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଛି।

ଅନ୍ୟପଟେ, ନୀତୀଶ କୁମାରଙ୍କ ରାଜ୍ୟ ସଭା ନିର୍ବାଚନ ଖବର ଶୁଣି ଜେଡିୟୁର ସଦସ୍ୟ ମାନେ ଅସନ୍ତୋଷ ପ୍ରକଶ କରିଛନ୍ତି | ଅନେକ ସ୍ଥାନରେ ପ୍ରତିବାଦ ଏବଂ ସ୍ଲୋଗାନ ଦିଆଯାଉଛି। କର୍ମୀମାନଙ୍କ କହିବା ଅନୁସାରେ,ନୀତୀଶ ସେମାନଙ୍କୁ ନ ଜଣାଇ ଏହି ନିଷ୍ପତ୍ତି ନେଉଛନ୍ତି। ଏହି ସମୟରେ, ଆରଜେଡି ଏବଂ କଂଗ୍ରେସ ଏହାକୁ ‘ବିଜେପିର ଷଡଯନ୍ତ୍ର’ ବୋଲି କହିଛନ୍ତି ଏବଂ ନୀତୀଶ କୁମାରଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ