Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟ ସମ୍ମୁଖରେ ହତ୍ୟା! ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କଲା ଦୁର୍ବୁତ୍ତ

ଭଞ୍ଜନଗର,୫|୩ : ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଠାରୁ ଅଳ୍ପ ଦୂରରେ ଥିବା କୋର୍ଟ ସମୁଖରେ ଆଜି ଦିନ ଦ୍ବିପହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି | ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି |ମୃତକ ଜଣଙ୍କ ହେଉଛନ୍ତି ବୁଦୁଲି ଗ୍ରମର ରାମନାଥ ସ୍ଵାଇଁଙ୍କ ପୁଅ ଅଶୋକ କୁମାର ସ୍ଵାଇଁ |

ସୂଚନା ଅନୁସାରେ,ସେ ଅଶୋକ ଭଂଜନଗର କୋର୍ଟରେ ଏକ ବିବାଦ ମାମଲା ନେଇ କୋର୍ଟକୁ ଆସିଥିଲେ | ଆଉ କୋର୍ଟ କାମ ଶେଷ କରି ସେ ବାହାରକୁ ଆସୁଥିବା ବେଳେ କୋର୍ଟ ବାହାରେ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା। ଘଟଣାରେ ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଆହତ ଅଶୋକଙ୍କୁ ଭଂଜନଗର ମେଡ଼ିକାଲରେ ଭର୍ତ୍ତି କରି ଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ପୁଲିସ୍ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି | ଏହି ଘଟଣା ଏବେ ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ