ଓଡ଼ିଶାରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହ!
ଭୁବନେଶ୍ୱର, ୬|୩ : ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ବତନ୍ତ୍ର ବାୟୁସେନାର ବିମାନରେ ଜରିଆରେ ଆସି ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚିଛନ୍ତି | ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି।
ଦିନିକିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଓଡିଶା ଅଭିମୁଖେ ଆସିଛନ୍ତି | ଏହି ଗସ୍ତ ସମୟରେ ଅମିତ ଶାହ କଟକ, ପାରାଦୀପ ଓ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । କଟକ ମୁଣ୍ଡଳି CISF କ୍ୟାମ୍ପକୁ ଅମିତ ଶାହ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଏହାସହିତ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଏବଂ ପରେ ପାରାଦୀପ ଓ ଭୁବନେଶ୍ବର ଗସ୍ତ କରିବାର କରଜ୍ୟକ୍ରମ ରହିଛି ।

