Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ! ଏପ୍ରିଲ ୮ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର,୯ |୩ : ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ |ମାର୍ଚ୍ଚ ୯ରୁ ଏପ୍ରିଲ ୮ପର୍ଯ୍ୟନ୍ତ ଚାଲିବ | ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ ମାର୍ଚ୍ଚ ୩୧ରେ ରାଜ୍ୟ ସରକାର ବ୍ୟୟମଞ୍ଜୁରୀ ବିଲ୍ ପାରିତ କରାଇବେ। କିନ୍ତୁ ଏଥର ବିଧାନସଭାରେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ) ଯୋଡି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। କାରଣ ବିଧାନସଭାର ଗୃହକାର୍ଯ୍ୟ ଚାଲିଥିବା ସମୟରେ ରାଜ୍ୟସଭାର ୪ ଆସନ ପାଇଁ ଭୋଟ ଗ୍ରହଣ ହେବାର ପ୍ରକ୍ରିୟା ମଧ୍ୟ ରହିଛି । ଏଥର ବିଧାନସଭାରେ ରାଜ୍ୟସଭା ନିର୍ବାଚନର ରୋଚକ ପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟ ଶେଷରେ ବିଜେଡି ସହିତ ନଥିବା କଂଗ୍ରେସ ନିକଟରେ ରାଜ୍ୟସଭା ଚତୁର୍ତ୍ତ ଆସନ ପାଇଁ ବିଜେଡି ସହିତ ମିଶିଛି | କିନ୍ତୁ ଗୃହ ବାହାରେ ଏକ ସ୍ବର ହୋଇଥିବା ଦୁଇ ପାରମ୍ପରିକ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟରେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଏକ ସ୍ବରରେ ଲଢ଼ିବେ କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି । ପୂର୍ବରୁ ବିଧାନସଭାରେ ବିଜେଡି ଏବଂ କଂଗ୍ରେସର ଆଭିମୁଖ୍ୟ ଅଲଗା ରହିଥିଲା। ଏହା ପୂର୍ବରୁ ଦୁଇ ଦଳ ମିଶି ରାଜ୍ୟ ସରକାରଙ୍କୁ ଘେରିବାର ଦେଖିବାକୁ ମିଳିନାହିଁ। ବିଜେଡି ତା’ର ରଣନୀତି ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ସମୟରେ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରି ସରକାରଙ୍କୁ ଟାର୍ଗେଟ କରିବାର ଦେଖିବାକୁ ମିଳିଥିଲା |

କିନ୍ତୁ ଏଥର କିଛି ଭିନ୍ନ ଦେଖିବାକୁ ମିଳିପାରେ | ବଜେଟ ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ | ପୁଣି କଂଗ୍ରେସ ଏବଂ ବିଜେଡିର ଅପୂର୍ବ ମିଶ୍ରଣ | ପୁଣି ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇ ନେତାଙ୍କ ଘଟଣା | ଏଥର ରୋଚକପୂର୍ଣ୍ଣ ହେବ ଅଧିବେଶନ | ନିକଟରେ ରାଜ୍ୟସଭାର ଚତୁର୍ଥ ଆସନ ପାଇଁ କମନ କ୍ୟାଣ୍ଡିଡେଟ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିଛି ବିଜେଡି | ଏହାକୁ ପୂର୍ଣ୍ଣ ସମର୍ଥନ କରିଛି କଂଗ୍ରେସ | ନାମାଙ୍କନ ଭରିବା ବେଳେ କଂଗ୍ରେସ ଏବଂ ବିଜେଡି ର ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ମାନେ ରହିଥିଲେ ଉପସ୍ଥିତ | ଅନ୍ୟପଟେ ବିଜେପି ପକ୍ଷରୁ ଶ୍ରୀ ମନ ମୋହନ ସାମଲ ଏବଂ ସୁଜିତ କୁମାର ଭରିଛନ୍ତି ନାମାଙ୍କନ | ରାଜ୍ୟସଭା ନିର୍ବଚନ ପାଇଁ ହେବ ଜୋରଦାର ଲଢେଇ | ସେପଟେ ବିଜେଡିରୁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ର ଏବଂ ସାନ ମହାକୁଡ଼ କାହାକୁ କରିବେ ସମର୍ଥନ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି | ତେବେ ଏହାରି ମଧ୍ୟରେ କିଏ ହାତେଇବ ବିଧାନସଭାର ଚତୁର୍ଥ ସିଟ ତାହା ନିର୍ବଚନ ଫଳାଫଳ କହିଵ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ