Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ କ୍ୟାବିନେଟ୍ ସମ୍ପ୍ରସାରଣ; ୨୪ ମନ୍ତ୍ରୀ ‌ନେଲେ ଶପଥ, ୨୦୨୪ ନିର୍ବାଚନ ଲାଗି ସ୍ଥିତି ଦୃଢ କରୁଛି କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସିଦ୍ଧରମୈୟା ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣର ଶପଥ ଗ୍ରହଣ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ଏହି ସମୟରେ କଂଗ୍ରେସ ନେତା ଏଚ୍.କେ ପାଟିଲ, କୃଷ୍ଣା ଗୌଡା କର୍ଣ୍ଣାଟକର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଅନ୍ୟ ୨୨ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଜଣାପଡିଛି।

କର୍ଣ୍ଣାଟକର କ୍ୟାବିନେଟ ସମ୍ପ୍ରସାରଣରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଛି। କୁହାଯାଉଛି ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମାଧ୍ୟମରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନରେ ​​ପଡୋଶୀ ରାଜ୍ୟରେ ନିଜର ରାଜନୈତିକ ସ୍ଥିତିକୁ ମଜବୁତ କରିବାକୁ ପ୍ରସ୍ତୁତ ହେଉଛି।

କର୍ଣ୍ଣାଟକ କଂଗ୍ରେସର ୨୪ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ଭାବେ ଦିନେଶ ଗୁଣ୍ଡରାଓ, ଶରଣବସ୍ପା ଦର୍ଶନାପୁର, ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା, ଏନ୍ ଚେଲୁବରାୟସ୍ୱାମୀ, କେ ଭେଙ୍କଟେଶ, ଶିବାନନ୍ଦ ପାଟିଲ୍, ତିମ୍ମାପୁର ରାମପ୍ପା ବଲପ୍ପା, ଏସଏସ୍ ମଲ୍ଲିକାର୍ଜୁନ, ତଙ୍ଗଦଗି ଶିବରାଜ ସଙ୍ଗପା, ଡକ୍ଟର ଏଚସି ମହାଦେବପ୍ପା, ଈଶ୍ୱର ଖଣ୍ଡ୍ରେ, କ୍ୟାଥାସନ୍ଧ୍ରା ଏନ୍ ରାଜନ୍ନା, ଡକ୍ଟର ଶରଣ ପ୍ରକାଶ ଋଦ୍ରପା ପାଟିଲ୍ ପ୍ରମୁଖ ଶପଥ ନେଇଛନ୍ତି ।

ନାମଧାରି ରେଡ୍ଡୀ ସମୁଦାୟରୁ ଜଣେ ମନ୍ତ୍ରୀ ହୋଇଥିବା ବେଳେ ବୋକ୍କାଲିଗା ସମୁଦାୟରୁ ୪ ଜଣ, ଅନୁସୂଚିତ ଜାତିରୁ ଜଣେ, ବନଜିଗା ବୀରଶୈବ ଲିଙ୍ଗାୟତ ସମୁଦାୟରୁ ଜଣେ, ଅନୁସୂଚିତ ଜନଜାତିରୁ ୨ ଜଣ, ବ୍ରାହ୍ମଣ ସମୁଦାୟରୁ ଜଣେ, ରେଡ୍ଡୀ ଲିଙ୍ଗାୟତ ସମୁଦାୟରୁ ଜଣେ, ଜୈନ ଓ ମୁସଲିମ୍ ସମୁଦାୟରୁ ଜଣେ ଲେଖାଏ ମନ୍ତ୍ରୀ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ