Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଲିଜ୍ ପୂର୍ବରୁ ବୋଲିଉଡ଼ ଭାଇଜାନଙ୍କୁ ମିଳିଲା ବଡ ଝଟକା: ସଲମାନ ଖାଁଙ୍କ ଫିଲ୍ମ କିଣିବାକୁ ମନା କରୁଛନ୍ତି ଡିଷ୍ଟ୍ରିବ୍ୟୁଟର!

ବଲିଉଡ୍ ଅଭିନେତା ସଲମାନ ଖାଁ ଙ୍କ ଅଭିନୀତ ଆସନ୍ତା ଯୁଦ୍ଧ ଆଧାରିତ ଫିଲ୍ମ “ଵାଟେଲ ଅଫ ଗଳବାନ” ମୁକ୍ତି ପୂର୍ବରୁ କିଛି ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ମିଳିଛି । ଏହି ଫିଲ୍ମଟି 2020 ମସିହାରେ ଲଦାଖର ଗାଲୱାନ ଭ୍ୟାଲିରେ ଭାରତ ଓ ଚୀନ ସେନାମାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଆଧାରିତ । ଫିଲ୍ମରେ ସଲମାନ ଖାଁ ଭାରତୀୟ ସେନାର କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଭୂମିକାରେ ଦେଖାଯିବେ । ଏହାକୁ ନିର୍ଦ୍ଦେଶକ ଅପୂର୍ବ ଲାଖିଆ ନିର୍ଦ୍ଦେଶନା କରୁଛନ୍ତି ଏବଂ ୨୦୨୬ ଏପ୍ରିଲ ୧୭ରେ ମୁକ୍ତି ପାଇବାକୁ ଯୋଜନା କରାଯାଇଛି ।

ରିପୋର୍ଟ ଅନୁସାରେ, ଫିଲ୍ମଟିକୁ କିଣିବା ପାଇଁ କିଛି ଡିଷ୍ଟ୍ରିବ୍ୟୁଟର ଆଗ୍ରହ ଦେଖାଉନଥିବା କଥା କୁହାଯାଉଛି । ଫିଲ୍ମର ବିଷୟବସ୍ତୁ ଏବଂ ଏହାର ବଡ଼ ବଜେଟ୍ ଦେଖି, ଅନିଶ୍ଚିତ ବକ୍ସ ଅଫିସ୍ ସଫଳତା ଥିବା ଭୟରୁ ସେମାନେ ସତର୍କ ହେଉଛନ୍ତି ବୋଲି ଖବର ମିଳିଛି । ଏହି କାରଣରୁ ଫିଲ୍ମର ବିତରଣ ନେଇ କିଛି ଅନିଶ୍ଚିତତା ଦେଖାଯାଇଛି ।

ଏହା ସହିତ ଫିଲ୍ମର ଟିଜର୍ ରିଲିଜ୍ ହେବା ପରେ ଚୀନର କିଛି ମାଧ୍ୟମ ମଧ୍ୟ ଏହାକୁ ନେଇ ଆପତ୍ତି ଜଣାଇଥିଲେ । ସେମାନଙ୍କ ଦାବି ଅନୁସାରେ, ଫିଲ୍ମରେ ଦେଖାଯାଇଥିବା କିଛି ଘଟଣା ବାସ୍ତବ ଘଟଣା ସହ ମେଳ ଖାଉନଥିବା କଥା କୁହାଯାଇଛି । ତେବେ ଭାରତ ପକ୍ଷରୁ କୁହାଯାଇଛି ଯେ ଫିଲ୍ମମେକରମାନେ ସୃଜନାତ୍ମକ ମତ ପ୍ରକାଶ କରିବାର ସ୍ୱାଧୀନତା ରଖନ୍ତି । ତଥାପି, ଦେଶଭକ୍ତି ଆଧାରିତ ଏହି ବଡ଼ ପ୍ରକଳ୍ପକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖାଯାଉଛି । ଫିଲ୍ମଟି ମୁକ୍ତି ପରେ ବକ୍ସ ଅଫିସ୍‌ରେ କିପରି ପ୍ରଦର୍ଶନ କରିବ, ସେଥିପାଇଁ ଚଳଚ୍ଚିତ୍ର ମହଳରେ ଅପେକ୍ଷା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ