Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା, ଇସ୍ରାଏଲ ଏବଂ ଇରାନ ବିବାଦ; ୨ବର୍ଷ ସ୍ଥଗିତ ହେଲା ଲେବାନନ୍‌ ପାର୍ଲାମେଣ୍ଟ ନିର୍ବାଚନ

ନୂଆଦିଲ୍ଲୀ,୧୦।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି। ଏହା ଯୋଗୁଁ ‌ଲେବାନନ ପାର୍ଲାମେଣ୍ଟ ନିର୍ବାଚନକୁ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଆସନ୍ତା ମେ’ ମାସରେ ଲେବାନନରେ ପାର୍ଲାମେଣ୍ଟ ନିର୍ବାଚନ ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଆଉ ଏବେ ପାର୍ଲାମେଣ୍ଟ ନିର୍ବାଚନକୁ ସ୍ଥଗିତ ରଖାଯାଉଛି । ଏନେଇ ସୋମବାର ପାର୍ଲାମେଣ୍ଟ ସଦସ୍ୟଙ୍କ ଉପସ୍ଥିତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନଯୋଗ୍ୟ, ଆମେରିକା ଇସ୍ରାଏଲ ଏବଂ ଇରାନ ଭିତରେ ଚାଲିଥିବା ଯୁଦ୍ଧରେ ଲେବାନନର ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଇରାନ ସପକ୍ଷରେ ଯୁଦ୍ଧ ଚଳାଇଛି। ତେଣୁ ହେଜବୋଲ୍ଲାକୁ ଦମନ କରିବା ଲାଗି ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ