Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଟ୍ରେନ୍ ଯାତ୍ରୀଙ୍କୁ ମିଳିବନି ଆଉ ରନ୍ଧା ଖାଦ୍ୟ!

ନୂଆଦିଲ୍ଲୀ,୧୨।୩:ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏବେ ଏଲପିଜି ସଙ୍କଟ ଦେଖାଦେଇଛି। ଏହାଦ୍ବାରା ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଓ ଭୋଜନାଳୟ ଆଦି ପ୍ରଭାବିତ ହୋଇଛନ୍ତି । ଅନ୍ୟ ବିକଳ୍ପ ଖୋଜିବାକୁ ଲାଗିଥିବାବେଳେ ଆଉ କିଛି ଏହାର ପ୍ରଭାବରେ ବନ୍ଦ ହେବାକୁ ବସିଛି। ତେବେ ଏହାର ପ୍ରଭାବ କେବଳ ହୋଟେଲ, ରେଷ୍ଟୁରାଣ୍ଟ ଗୁଡିକ ଉପରେ ପଡ଼ିନି
ଭାରତୀୟ ରେଳ ଉପରେ ପ୍ରଭାବ ପଡ଼ିଛି । ଏବେ ରେଳ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ସୁବିଧାକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଉପରେ ବିଚାର କରୁଛି ରେଳ ବିଭାଗ।

ଯଦି ଏହି ବ୍ୟବସ୍ଥା ବନ୍ଦ କରିଦିଆଯାଏ ତେବେ ଯାତ୍ରୀଙ୍କୁ ନିଜ ସହିତ ଖାଦ୍ୟ ନେଇ ଯିବାକୁ ପଡିବ। ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ୍ କରିବା ସମୟରେ ଭୋଜନ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ। ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟପେୟ ପାଇଁ ଆଇଆରସିଟିସିର ଦ୍ୱାରା ପ୍ରସ୍ତୁତ ଭୋଜନ ଉପରେ ନିର୍ଭର କରିଥାନ୍ତି। ଏବେ ଏଲପିଜିକୁ ନେଇ ଦେଖାଯାଉଥିବା ସଂକଟ ଏହା ଉପରେ ସିଧା ସଳଖ ପ୍ରଭାବ ପକାଉଛି। ଏଲପିଜି ସମସ୍ୟା କାରଣରୁ ଦୂର ଯାତ୍ରା କରୁଥିବା ଟ୍ରେନ୍ ଯାତ୍ରୀଙ୍କୁ ଭୋଜନ ସେବା ଯୋଗାଇ ଦେବା ଏବେ ଆଉ ସମ୍ଭବ ହେବନାହିଁ । ତେଣୁ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ପୂର୍ବରୁ ପୈଠ କରିଥିବା ଯାତ୍ରୀଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରାଯିବ। ଏହି ସେବାକୁ ବନ୍ଦ କରିବା ପରେ ଆଗାମୀ ସମୟରେ ଗ୍ୟାସ୍ ଷ୍ଟୋଭ୍ ବଦଳରେ ବିଜୁଳିରେ ଚାଲୁଥିବା ରୋଷେଇ ଉପକରଣ ଉପରେ ନିର୍ଭର ହେବାକୁ ପଡିପାରେ ବୋଲି ସମ୍ଭାବନା ମଧ୍ୟ ଦେଖାଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ