ଧରାପଡ଼ିଲେ ନକଲି ସିବିଆଇ ଅଧିକାରୀ
ବ୍ରହ୍ମପୁର,୧୭|୩: ଧରାପଡ଼ିଲେ ନକଲି ସିବିଆଇ ଅଧିକାରୀ । ସିବିଆଇ ଅଧିକାରୀର ପରିଚୟ ଦେଇ ଲୁଟିଛନ୍ତି ସୁନା | ଘଟଣାରେ ବ୍ରହ୍ମପୁର ରେଳବାଇ ପୁଲିସ ଅପରାଧୀ ଗ୍ୟାଙ୍ଗକୁ ରାଜସ୍ଥାନରୁ ଉଠାଇ ଆଣିଛି । ଉକ୍ତ ଗ୍ୟାଙ୍ଗର ୩ ଜଣଙ୍କୁ ରେଳବାଇ ପୁଲିସ ଧରିବାରେ ସଫଳ ହୋଇଛି । ଗତ ୨୬ ତାରିଖ ରାତିରେ ହସମୁଖ ଜୈନ ବ୍ରହ୍ମପୁର ରେଳ ଷ୍ଟେସନ ସାମ୍ନାରେ ଗାଡ଼ି ପାର୍କିଂ କରୁଥିବା ସମୟରେ ୫ରୁ୬ ଜଣ ଆସି ତାଙ୍କୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ ।
ବ୍ୟାଗ ଯାଞ୍ଚ କରିବା ବାହାନାରେ ତା ମଧ୍ୟରେ ଥିବା ୮୬୨ ଗ୍ରାମ ସୁନା ଧରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ | ଏନେଇ ଜିଆରପି ଓ ଆରପିଏଫ ମିଳିତ ସହଯୋଗରେ ତଦନ୍ତ କରି ରାଜସ୍ଥାନରୁ ୩ ଜଣଙ୍କୁ ଉଠାଇ ଆଣିଛି ପୁଲିସ । ଏହି ମାମଲାରେ ଆଉ ୫ ଜଣ ସମ୍ପୃକ୍ତ ଥିବା ନେଇ ଖୋର୍ଦ୍ଧା ରୋଡ୍ ଏସ୍ଡିଆରପିଓ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

