Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢ଼ିଲା ସୁନା ଓ ରୁପାର ଦର! ଆଜି ରହିଛି କେତେ ମୂଲ୍ୟ ଜାଣନ୍ତୁ…

ପୁଣିଥରେ ସୁନାର ଏବଂ ରୁପାର ମୂଲ୍ୟରେ ବୃଦ୍ଧି ହୋଇଛି | ନିବେଶକମାନେ ଏହାକୁ ସୁନାକୁ ସୁରକ୍ଷିତ ନିବେଶ ମଣୁଥିବା ବେଳେ ଏବେ ଏହି ମୂଲ୍ୟବାନ ଧାତୁର ଦର ପୁଣି ବଢିଛି। ଗତକାଲି ଅପେକ୍ଷା ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୨୦୦ ଟଙ୍କା ବୃଦ୍ଧି ପାଇଛି । ତେବେ ଭୁବନେଶ୍ବରରେ ଗତକାଲି ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୫୭ ହଜାର ୪୨୦ ଟଙ୍କା ଥିବା ବେଳେ ଆଜି ସୁନା ଦ୍ୱାରା ୧୦ ଗ୍ରାମରେ ୧ ଲକ୍ଷ ୫୮ ହଜାର ୬୨୦ ଟଙ୍କାକୁ ଛୁଇଁଛି।

ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୪ ହଜାର ୩୦୦ ଟଙ୍କା ଥିଲା ଯାହା ଆଜି ୧୧୦୦ ଟଙ୍କା ବଢି ୧ ଲକ୍ଷ ୪୫ ହଜାର ୪୦୦ ଟଙ୍କା ହୋଇଛି।

୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ଭଳି ୭୮ କ୍ୟାରେଟ ସୁନାରେ ମଧ୍ୟ ବୂଷୀ ଘଟିଛି | ତେବେ ୧୮ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୧୮ ହଜାର ୦୭୦ ଟଙ୍କା ରହିଥିଲା | ଆଜି ୯୦୦ ଟଙ୍କା ବଢି ୧ ଲକ୍ଷ ୧୮ ହଜାର ୯୭୦ ଟଙ୍କାକୁ ବୃଦ୍ଧି ପାଇଛି | ସୁନାର ଦ୍ୱାରା ବୃଦ୍ଧିରେ ତଳ ଦେଇ ରୂପାର ଦ୍ୱାରା ମଧ୍ୟ ଆକାଶ ଛୁଆଁ ହୋଇଛି | ରୁପା କେଜି ପିଛା ୪ ହଜାର ଟଙ୍କା ବଢ଼ିଛି। ଯାହାର ମୂଲ୍ୟ ଗତ କାଲି ୨ ଲକ୍ଷ ୭୬ ହଜାର ଟଙ୍କା ଥିଲା ତାହା ଆଜି ୨ ଲକ୍ଷ ୮୦ ହଜାର ଟଙ୍କାରେ ପହଞ୍ଚିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ