ବିରୋଧୀଙ୍କ ହୋ ହାଲ୍ଲା; ବିଧାନସଭାର କାର୍ଯ୍ୟକୁ ୧୧ଟା ୩୦ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ଵର ୧୮|୩: ଆଜି ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ । ସୁରୁଖୁରୁରେ ଚାଲିପାରିଲାନି ଗୃହ | ପ୍ରଶ୍ନକାଳ ସମୟରେ ବିରୋଧୀଙ୍କ ହୋ ହାଲ୍ଲା | ଦିନକ ତଳେ ଘଟିଥିବା ଏସସିବିରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେବା ଆରମ୍ଭ କରିଦେଇଥିଲେ। ଏହାସହିତ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରି ହୋ ହାଲ୍ଲା କରିଥିଲେ | ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢ଼ୀ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ | ଏହାପୂର୍ବରୁ କାଲି ମଧ୍ୟ ବିରୋଧୀ ଦଳ ସମାନ ପ୍ରସଙ୍ଗ ଉଠାଇ ପାଟିତୁଣ୍ଡ କରିବା ସହିତ ନାରାବାଜି କରିଥିଲେ | ଯାହାଫଳରେ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା।

