Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ପାଟମେଣ୍ଟ ଭିତରୁ ମିଳିଲା ଅଭିଯୁକ୍ତର ଝୁଲନ୍ତା ମୃତଦେହ

ପିପିଲି, ୧୯ |୩ : ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡା ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ଆପାର୍ଟମେଣ୍ଟର ଘର ଭିତରୁ ଜଣେ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ସୁଧାଂଶୁ ଭୂଷଣ ବେହେରା ଏବଂ ସେ କଟକ ଜିଲ୍ଲାର ଅଧିବାସିନ୍ଦା ବୋଲି ଜଣାପଡିଛି। ସେ ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡାଠାରେ ସେହି ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ | ତେବେ ତାଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୬ଟି ମାମଲା ଥିବା ଜଣାପଡିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ମହିଳା ଥାନାରେ ଉକ୍ତ ଅଭିଯୁକ୍ତଙ୍କ ନାମରେ ଏକ ଅଭିଯୋଗ ରହିଥିଲା | ଅଭିଯୋଗ ମାମଲାରେ ତାକୁ ଧରିବା ପାଇଁ ମହିଳା ଥାନା ପୁଲିସ ଓ ପିପିଲି ପୁଲିସ ମିଳିତ ଭାବେ ବୁଧବାର ରାତିରେ ଉକ୍ତ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲେ। ପୋଲିସ ଚଢ଼ାଉ ବେଳେ ଏକ ଫାନ ହୁକରେ ଦଉଡି ଦ୍ୱାରା ବେକରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ | ଏହାପରେ ପୁଲିସ ସୁଧାଂଶୁଙ୍କୁ ଉଦ୍ଧାର କରି ପିପିଲି ମେଡିକାଲକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟା କରିଥିବା ଉକ୍ତ ଘର ମଧ୍ୟରୁ ମୃତକର ୨ଟି ମୋବାଇଲ ଫୋନ ଓ କିଛି ଲେଖା କାଗଜକୁ ପୁଲିସ ଜବତ କରିଛି | ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଛନ୍ତି ନ ତାଙ୍କୁ ହତ୍ୟା କରାଯାଇଛି ? ଯଦି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ରହିଛି ୟା ପଛରେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ