Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଏଲ ୱାର ଆରମ୍ଭ? ସାଉଦି ରେ ଡ୍ରୋନ୍‌ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ତନାବ ଚାଲିଥିବା ବେଳେ ସାଉଦି ଆରବର ୟାନବୁ ଅଞ୍ଚଳର ଗୋଟିଏ ବଡ଼ ତେଲ କାରଖାନା ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଛି । ସାଉଦି ଆରାମକୋ ଏବଂ ଏକ୍ସନମୋବିଲର ମିଳିତ ଉଦ୍ୟମ SAMREF ରିଫାଇନାରୀ ଏକ ବିମାନ ଆକ୍ରମଣର ଶିକାର ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁସାରେ, ଆକ୍ରମଣ ଟି ସାମାନ୍ୟ ଥିଲା | ଏଥିରେ କୌଣସି ବହୁତ ବଡ଼ କ୍ଷତି ହୋଇନଥିଲା, କିନ୍ତୁ ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ହୋଇପଡ଼ିଛି । ଏହା ପଛରେ ଇରାନର ହାତ ଥାଇପାରେ ବୋଲି କୁହାଯାଉଛି ।

ଏହି ଆକ୍ରମଣ ପରେ ରାଜନୈତିକ ପରିସ୍ଥିତି ଆଉ ଖରାପ ହୋଇପଡ଼ିଛି । ସାଉଦି ଆରବ ସହିତ ଅନ୍ୟାନ୍ୟ ଦେଶମାନେ ମଧ୍ୟ ଆଲର୍ଟ ହୋଇଛନ୍ତି । ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହାର ପ୍ରଭାବରେ ଆଗାମୀ ଦିନରେ ତେଲ ଦରରେ ମାତ୍ରାଧିକ ବୃଦ୍ଧି ହୋଇପାରେ | ଏହାସହିତ ଲୋକମାନଙ୍କୁ ଅଧିକ ଦାମ ଦେବାକୁ ପଡ଼ିପାରେ । ଆମେରିକା ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଇରାନକୁ ଚେତାବନୀ ଦେଇଛି । ଏହାକୁ ନେଇ ଆଗକୁ ବଡ଼ ସମସ୍ୟା କିମ୍ବା ଯୁଦ୍ଧ ଆହୁରି ତୀବ୍ର ହେବାର ଭୟ ମଧ୍ୟ ବଢ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ