ନୂଆପଡାରେ ହୀରା ଖଣି ଚିହ୍ନଟ!ବିକଶିତ ମୁହାଁ ଓଡିଶା
ଭୁବନେଶ୍ଵର,୧୯|୩: ଉନ୍ନତି ପଥରେ ଆଉ ଏକ ପାଦ ଆଗେଇବ ଓଡିଶା | ରାଜ୍ୟରେ ଖଣିଜପଦାର୍ଥର ସନ୍ଧାନ ମିଳିଛି । ବିଭିନ୍ନ ସ୍ଥାନରେ ଖଣିଜପଦାର୍ଥ ଥିବା ସୂଚନା ମିଳିଛି | ଏନେଇ ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ପଶ୍ଚିମ ଓଡିଶା ନୂଆପଡା ଜିଲ୍ଲାର କାଲମିଦାଦର ଠାରେ ହୀରାଖଣି ଚିହ୍ନଟ ହୋଇଛି। ସେହିପରି ଦେବଗଡ ଜିଲ୍ଲାରେ ତମ୍ବାବାହୀ ପଥର , ଗ୍ରାଫଇଟ, ନିକେଲ ସହ ସୁନା ଚିହ୍ନଟ ହୋଇଛି । ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନାପଥର ଥିବା ସନ୍ଧାନ ମିଳିଥିବା ନେଇ ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି। ଏଣିକି ଓଡିଶା ଖଣି କ୍ଷେତ୍ରରେ ଆଉ ଏକ ପାଦ ଆଗରେ ରହିବ | ବିକଶିତ ମୁହାଁ ହେବ ଓଡିଶା!

