Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଲମା ହାଣ୍ଡିରୁ ବାହାରିଲା ସାପ! ୪୦ ଅସୁସ୍ଥ

ପଟ୍ଟମୁଣ୍ଡାଇ,୧୯ା୩: ଡାଲମା ହାଣ୍ଡିରୁ ବାହାରିଲା ସାପ! ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ସେତିକି ବ୍ୟଥିତ ମଧ୍ୟ | ସେହି ଡାଲମା ଖାଇ ୪୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୧୦ ନଂ ଓ୍ବାର୍ଡରୁ |

ସୂଚନା ଅନୁଯାୟୀ, ବୁଧବାର ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୧୦ ନଂ ଓ୍ବାର୍ଡରେ ଭାଗବତ ସପ୍ତାହ ପାଳନ ହେଉଥିଲା | ଏହି ଅବସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା | କିନ୍ତୁ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ | ଏହା ଦେଖି ଲୋକେ ପୁରା ଭୟଭୀତ ହୋଇଯାଇଥିଲେ। ସେମାନେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅନ୍ୟପଟେ, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ